ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍
ସମ୍ବଲପୁର : ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ କରାଯାଉଛି।
ଶ୍ରୀ ସାମନ୍ତରାୟଙ୍କ ସମ୍ବଲପୁରର ଧନକୌଡାର ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩ ବିଏଚକେ ଆବାସିକ ଫ୍ଲାଟ୍, ନନ୍ଦନକାନନ ରୋଡ୍, ଭୁବନେଶ୍ୱରର ନନ୍ଦନ ବିହାରରେ ଶ୍ରୀ ସାମନ୍ତରାୟଙ୍କ ଗୋଟିଏ ଡୁପ୍ଲେକ୍, ଭୁବନେଶ୍ୱରର ବାରକୁଡା, (ଜଟଣୀ ନିକଟରେ) ସ୍ଥିତ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ତାଙ୍କ କୋଠା, ପୁରୀର ବାଲିଗୁଆଲିର ତୋଟା ବେହେରା ସାହିରେ ତାଙ୍କର ତିନି ମହଲା ବିଶିଷ୍ଟ କୋଠା, ଖୋର୍ଦ୍ଧାର ବାଲୁଗାଁର ସୁବାଷ ମାର୍ଗରେ ତାଙ୍କର ଦୁଇ ମହଲା ବିଶିଷ୍ଟ କୋଠା, ଖୋର୍ଦ୍ଧାର ବାଲୁଗାଁର ଅଶୋକ ନଗରରେ ତାଙ୍କ ଜନ୍ମସ୍ଥାନରେ ତାଙ୍କର ଦୁଇ ମହଲା ବିଶିଷ୍ଟ କୋଠା, ସମ୍ବଲପୁରର କାରଖାନା ଏବଂ ବଏଲର୍ସର ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଏହି ଚଢାଉ କରାଯାଉଛି।
Powered by Froala Editor