ପୋଖରୀରେ ବୁଡି ଚାଲିଗଲା ନବମଶ୍ରେଣୀ ଛାତ୍ରଙ୍କ ଜୀବନ
ଡେରାବିଶ : ପୋଖରୀରେ ବୁଡି ନବମଶ୍ରେଣୀ ଛାତ୍ର ମୃତ୍ୟୁ l ପୋଖରିକୁ ଗାଧୋଇବା ପାଇଁ ଯାଇ ଘରକୁ ଫେରି ନଥିଲେ ଛାତ୍ର । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ବାଲିଆ ଗାଁରେ ।
ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ଖୋଜା ଖୋଜି କରିଥିଲେ । ଛାତ୍ର ଜଣକ ନମିଳିବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରକୁ ଉଦ୍ଧାର କରି ଡେରାବିଶ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Powered by Froala Editor