କେଲୁଅ ନଦୀ ବ୍ରିଜ୍ରୁ ଡେଇଁ ପଡିଲେ ଯୁବକ
ଧର୍ମଶାଳା: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍ରୁ ଡେଇଁ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ହେଉଛନ୍ତି ବାବୁଲି ତରାଇଙ୍କ ପୁଅ ଅଜୟ ତରାଇ (୨୭)।
ମିଳିଥିବା ସୂଚନା ଅନୁଯାୟୀ, ଅଜୟ ଅଖା ବ୍ୟବସାୟ କରୁଥିଲେ। ଗତ କିଛିଦିନ ଧରି ସେ ପାରିବାରିକ କାରଣରୁ ମାନସିକ ଦୁଶ୍ଚିନ୍ତାରେ ଥିବା କୁହାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ସେ ଏକ ପଲସର ବାଇକ ଯୋଗେ କାଏମା କେଲୁଅ ନଦୀ ବ୍ରିଜ ଉପରକୁ ଆସିଥିଲେ।
ବ୍ରିଜ ଉପରେ ବାଇକ ଓ ଚପଲ ରଖିବା ପରେ ଅଜୟ ନଦୀକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ସେ ସମୟରେ ବ୍ରିଜ ଉପରେ ଉପସ୍ଥିତ କିଛି ସ୍ଥାନୀୟ ଲୋକ ଘଟଣାଟି ଦେଖି ତୁରନ୍ତ ଅଜୟଙ୍କ ପରିବାରକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ କେଲୁଅ ନଦୀରେ ଅଜୟଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Powered by Froala Editor