ରୁଷିକୁଲ୍ୟା ନଦୀର ଜଳସ୍ତର ବଢୁଛି, କୁଳ ଲଙ୍ଘି କରୁଛି ଗର୍ଜନ
ଗଞ୍ଜାମ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିଛି ସ୍ଥାନରେ ଚାଷ ଜମିଗୁଡିକରେ ପାଣି ପଶି ଜଳାର୍ଣ୍ଣବ ହୋଇପଡିଛି। ଫଳରେ ଫସଲ ନଷ୍ଟ ହେବା ଆଶଙ୍କା ବୃଦ୍ଧି ପାଇଛି। ରୁଷିକୁଲ୍ୟା ନଦୀର ଜଳପତନ ବଢୁଥିବା ବେଳେ ନଦୀ ଫୁଲିଉଠି ଦୁଇ କୁଳ ଲଙ୍ଘି ଗର୍ଜନ କରିବାରେ ଲାଗିଛି। ଏହାକୁ ନେଇ ବନ୍ୟାର ଆଶଙ୍କା କରି ନଦୀକୁଳିଆ ଲୋକମାନେ ଭୟଭିତ ହୋଇପଡିଛନ୍ତି।
ରୁଷିକୁଲ୍ୟା ଜଳସ୍ତର ବିପଦ ସଂକେତ ୧୬.୮୩୫ ମିଟର ରହିଥିବା ବେଳେ ସତର୍କ ସଂକେତ ୧୫.୮୩୫ ମିଟର ରହିଛି। ବର୍ତ୍ତମାନ ନଦୀରେ ଜଳସ୍ତର ସତର୍କ ସଂକେତ ଟପି ୧୬.୫୧୦ ମିଟର ଉଚ୍ଚତାରେ ଜଳ ପ୍ରବାହିତ ହେବାରେ ଲାଗିଛି।
Powered by Froala Editor