ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଭତ୍ତା
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ହିତାଧିକାରୀ ରହିଛନ୍ତି। ଗତ ୪ ମାସ ହେବ କିଛି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇନାହିଁ। ବିଭିନ୍ନ ବୈଷୟିକ ତ୍ରୁଟି କାରଣ ସାଜିଛି, ସରକାର ଅବଗତ ଅଛନ୍ତି।ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଟ୍ରେଜେରୀ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯିବ।
Powered by Froala Editor