ବିପଦ ସଙ୍କେତ ଅତିକ୍ରମ କଲା ବୈତରଣୀ, ସାଳନ୍ଦୀ ବିପଦ ସଙ୍କେତ ନିକଟତର
ଭଦ୍ରକ: ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି ରହିଥିବାରୁ ନଦୀରେ ଜଳସ୍ତର ବଢ଼ି ଚାଲିଛି l ଶୁକ୍ରବାର ସକାଳେ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଅତିକ୍ରମ କରିଥିବା ବେଳେ ରାଜଘାଟ ନିକଟରେ ସାଳନ୍ଦୀ ବିପଦ ସଙ୍କେତ ନିକଟତର ହୋଇଛି।
ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮. ୩୩ମିଟର ଥିବା ବେଳେ ସକାଳ ୮ ଟାରେ ନଦୀର ଜଳସ୍ତର ୧୮.୩୫ ମିଟର ପହଞ୍ଚି ଥିବା ବେଳେ ପୂର୍ବାହ୍ନ ୧୧ ଟା ସୁଦ୍ଧା ୧୮. ୭୦ ମିଟରରେ ପହଁଞ୍ଚିଛି।
ସେହିପରି ରାଜଘାଟଠାରେ ସାଳନ୍ଦୀ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ପୂର୍ବାହ୍ନ ୧୧ ଟା ରେ ଜଳସ୍ତର ୧୬. ୩୦ ଫୁଟ ରେ ପ୍ରବାହିତ ହେଉଛି l ସେହିପରି ସାଳନ୍ଦୀ ଓ ଏହାର ଉପନଦୀ ନଳିଆରେ ଜଳସ୍ତର ବୃଦ୍ଧି ପାଇ ଭଦ୍ରକ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l
Powered by Froala Editor