ପିଏନ୍ବିରୁ ୪୮ କୋଟି ଟଙ୍କା ଠକେଇ, ଓଡ଼ିଶା ଓ ହାଇଦ୍ରବାଦରେ ସିବିଆଇ ଚଢ଼ଉ
ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍ବି)ରୁ ୪୮ କୋଟି ଟଙ୍କା ଠକେଇ ହୋଇଛି। ଠକେଇ କରିଥିବା ଦୁଇଟି ସଂସ୍ଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଚଢ଼ଉ କରିଛି। ଓଡ଼ିଶା ଓ ହାଇଦ୍ରବାଦର ଏକାଧିକ ସ୍ଥାନରେ ଚଢ଼ଉ କରି ବିପୁଳ ନଥିପତ୍ର ଓ ଡିଜିଟାଲ ଉପକରଣ ଜବତ କରିଛି ସିବିଆଇ। ସୂଚନା ଅନୁଯାୟୀ; ଏମ୍/ଏସ୍ ପିସିଏଚ କର୍ପୋରେସନ ଲିମିଟେଡ ଏବଂ ଏମ୍/ଏସ୍ ପିସିଏଚ ରିଟେଲ ଲିମିଟେଡ ପିଏନ୍ବିରୁ ଋଣ ନେଇଥିଲେ। ତେବେ ଋଣଦାତା ବ୍ୟାଙ୍କକୁ ସୂଚନା ନ ଦେଇ ନିଜ ବ୍ୟବସାୟର ବନ୍ଧକ ରଖାଯାଇଥିବା ସମସ୍ତ ସାମଗ୍ରୀ ବିକ୍ରି କରି ଦେଇଥିଲେ। ଏହି ଟଙ୍କାକୁ ସେ ନିଜର ଋଣ ଖାତା ମାଧ୍ୟମରେ ଜମା ନ କରି ଆତ୍ମସାତ୍ କରିଥିଲେ। ଏହାଦ୍ବାରା ବ୍ୟାଙ୍କର ୪୮.୪୮ କୋଟି ଟଙ୍କା କ୍ଷତି ହୋଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ବେଙ୍ଗାଲୁରୁ ସିବିଆଇ ଶାଖାରେ ଅଭିଯୋଗ ହୋଇଥିଲା। ଉକ୍ତ ଲିଙ୍କ୍ରେ ଓଡ଼ିଶା ଓ ହାଇଦ୍ରବାଦରେ ଥିବା ସଂସ୍ଥାର କାର୍ଯ୍ୟାଳୟ, ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା।
Powered by Froala Editor