ମୋଦୀଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ ରକ୍ତଦାନ ଶିବିର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ମୋଦୀଙ୍କ ଜନସେବା ଓ ସମର୍ପଣର ୨୫ ବର୍ଷ ପୂର୍ତ୍ତିକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଉଛି। ଏହି ଅବସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ‘ସେବା ସଂକଳ୍ପ ଅଭିଯାନ’ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ଚାଲିବ। ଏହି ଅଭିଯାନ ଅଧୀନରେ ୧୩ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହା ମାଧ୍ୟମରେ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଅଭିଯାନର ପ୍ରଥମ ଦିନରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି। ସେହିପରି ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଘରେ, ମନ୍ଦିର ଓ ମଠରେ ଦୀପ ପ୍ରଜ୍ୱଳନ କରାଯିବ।
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ‘ମୋ ସ୍ୱପ୍ନର ଭାରତ’ କାର୍ଯ୍ୟକ୍ରମ ଆୟୋଜିତ ହେବ। ‘ନମୋ ସେବା ଗାଥା’ ଅଧୀନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ରାଜ୍ୟର ବିଭିନ୍ନ ଗାଁରେ ଏହି ନାଟକ ପ୍ରଦର୍ଶିତ ହେବ।‘ଅଙ୍ଗନବାଡ଼ି ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯିବ। ଏଥିସହ ଶିଶୁ ଓ ସେମାନଙ୍କ ମା’ମାନଙ୍କୁ ପୋଷଣ, ସ୍ୱାସ୍ଥ୍ୟ ଓ ମହିଳା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ବିଷୟରେ ସଚେତନ କରାଯିବ। ‘
Powered by Froala Editor