ରାହୁଲଙ୍କ ଓଡ଼ିଶା ଗସ୍ତ, କେବେ ଆସିବେ ଜାଣନ୍ତୁ ?
ଭୁବନେଶ୍ବର: ୨୦୨୭ରେ ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ତୃଣମୂଳସ୍ତରରେ ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ପଦଯାତ୍ରା କରିବା ସହିତ ଜେନ୍-ଜିଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ଡାକି ସଭା କରିବାକୁ ଯୋଜନା ପ୍ରସ୍ତୁତ କରିଛି ପ୍ରଦେଶ କଂଗ୍ରେସ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଅକ୍ଟୋବରରେ କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଛାତ୍ର କି ଗୁଞ୍ଜ୍’ କାର୍ଯ୍ୟକ୍ରମରେ ସେ ଯୋଗଦେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଯୁବପିଢ଼ି ତଥା ଜେନ୍-ଜି ସାମିଲ ହେବେ। ବିଶେଷକରି ଜେନ୍-ଜିଙ୍କ ସମସ୍ୟାକୁ ନେଇ ସଭାକୁ ରାହୁଲ ସମ୍ବୋଧିତ କରିବେ। ୨୦୨୭ରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗକୁ କଂଗ୍ରେସ ମାରାଥନ୍ କାର୍ଯ୍ୟକ୍ରମ କରିବ। ୨୦୨୭ ଜାନୁଆରୀ ଏବଂ ଫେବୃଆରୀ ଭିତରେ ପ୍ରିୟଙ୍କା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଓଡ଼ିଶା ଆସିବେ। ରାହୁଲଙ୍କ ଓଡ଼ିଶା ଗସ୍ତ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସେମାନେ ତାରିଖ ଓ ସମୟ ସ୍ଥିର କରି ପ୍ରଦେଶ କଂଗ୍ରେସକୁ ଜଣାଇବା ପରେ କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ କରାଯିବ। ରାହୁଲଙ୍କ ଭୁବନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆ କାର୍ଯ୍ୟକ୍ରମରେ ଢେର୍ ଅଧିକ ସମର୍ଥକ ଆସିଥିଲେ। ତେଣୁ ଛାତ୍ର କି ଗୁଞ୍ଜ୍ କାର୍ଯ୍ୟକ୍ରମରେ ମଧ୍ୟ ଆଶାଠାରୁ ଅଧିକ ଜେନ-ଜି ଆସିବେ ବୋଲି ଅନୁମାନ କରାଯାଉଛି। ଅକ୍ଟୋବର ୨ରୁ ନବରଙ୍ଗପୁରରେ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ ବୋଲି କଂଗ୍ରେସ ଭବନରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି।
ଦୁଇ ଦିନ ତଳେ ପିସିସି ସଭାପତି ଶ୍ରୀ ଦାସ କର୍ଣ୍ଣାଟକ ଗସ୍ତ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଅକ୍ଟୋବରରୁ ଆରମ୍ଭ ହୋଇ ୨୦୨୭ ଜାନୁଆରୀ ଓ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ(ସାଙ୍ଗଠନିକ) କେ.ସି ବେଣୁଗୋପାଳ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ ଶିକୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜେନ-ଜି ସଭାଗୁଡ଼ିକ ମଧ୍ୟ ଆୟୋଜନ କରାଯିବ। ଗୋଟିଏ
Powered by Froala Editor