ଖୋଲିବ ସିନେମା ହଲ

କରୋନା ସଂକ୍ରମଣ ଯୋଗୁଁ ରାଜ୍ୟର ସମସ୍ତ ସିନେମା ହଲ ଗତ ୩ମାସ ହେଲା ବନ୍ଦ ରହିଥିଲା । ଅଗଷ୍ଟ ୧ରୁ ପାର୍କ ଓ ମଲ ଖୋଲିଥିବା ବେଳେ ଆଜିଠୁ ରାଜ୍ୟବ୍ୟାପି ସିନେମା ହଲ ଖୋଲିବ । ସମସ୍ତ କୋଭିଡ ଗାଇଡଲାଇନ ମାନି କେବଳ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ସମସ୍ତ ସିନେମା ହଲ ଖୋଲାଯିବ ବୋଲି ଗାଇଡଲାଇନରେ ନିଦେ୍ର୍ଧଶ ରହିଛି । ସିନେମା ହଲକୁ ପ୍ରବେଶ କରିବା ପୂର୍ବରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାନିଟାଇଜିଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ତେବେ କେବଳ ପ୍ରାପ୍ତ ବୟସ୍କ ଲୋକମାନେ ଦୁଇଟି ଡୋଜ ଟିକା ନେଇଥିବା ପ୍ରମାଣ ପତ୍ର ଦେଖାଇ ସିନେମା ହଲକୁ ପ୍ରବେଶ କରିପାରିବେ ।
Powered by Froala Editor