ବିଜେଡିର ଡିଜିଟାଲ କର୍ମକର୍ତ୍ତା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାର ଉପରେ ଗୁରୁତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳର ଡିଜିଟାଲ ୱିଙ୍ଗ ପକ୍ଷରୁ ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମକର୍ତ୍ତାଙ୍କ ବୈଠକ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ବିଜୁ ଜନତା ଦଳର ବିକାଶ ମୂଳକ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟରେ ରଖି ବିଜେଡି ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲ୍ଲାରୁ ବ୍ଲକ, ବ୍ଲକରୁ ପଞ୍ଚାୟତ ଓ ପଞ୍ଚାୟତରୁ ବୁଥସ୍ତର ପର୍ଯ୍ୟନ୍ତ ସାଧାରଣ ଜନସାଧାରଣଙ୍କୁ ସଚେତନ କରିବା ବୈଠକର ମୂଳ ଉଦେ୍ଧଶ୍ୟ ରହିଥିଲା । ବୈଠକରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୁବ/ଛାତ୍ର ବ୍ୟାପର ପ୍ରଣବ ବଳବନ୍ତରାୟ, ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତି୍ରପାଠୀ ଓ ବିଜେଡି ଡିଜିଟାଲ ମୁଖ୍ୟ ସୁବ୍ରତ ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ଜନତା ଦଳର ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସୁଜିତ ପାଲଟାସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହିଳା ଜନତା ଦଳର ଭୁବନେଶ୍ୱର ଡିଜିଟାଲ ମୁଖ୍ୟ ମାନସୀ ସୁନ୍ଦରରାୟ ଓ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ଡିଜିଟାଲ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।
Powered by Froala Editor