ଭିମ୍ ଆପ ବ୍ୟବହାର କରି ଟିକେଟ କ୍ରୟ ଉପରେ ପାଆନ୍ତୁ ୫% ରିହାତି

ଭୁବନେଶ୍ୱର : ଡିଜିଟାଲ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭିମ ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଆପ ବ୍ୟବହାର କରି ଟିକେଟ କ୍ରୟ ଉପରେ ୫% ରିହାତି ପ୍ରଦାନ କରୁଛି । କମ୍ପୁ୍ୟଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ । ଶହେ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟର ଟିକେଟ୍ ବୁକ ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ । ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ । ଏଭଳି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ । ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ । ଯାତ୍ରୀଙ୍କୁ ସଂରକ୍ଷଣ / ବୁକିଂ କାଉଣ୍ଟରରେ ଟିକେଟ ବୁକ କରୁଥିବା ବେଳେ ଯାତ୍ରୀମାନେ ଏହି ସୁବିଧା ପାଇବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।
Powered by Froala Editor