କେସିଙ୍ଗା ନଗର କମିଟି ସଭାପତି ଭାବେ ବରିଷ୍ଠ ବିଜେଡି ନେତା ନଳିନୀ କୁମାର ପଟ୍ଟନାୟକଙ୍କୁ ଗୁରୁଦାୟିତ୍ୱ
କେସିଙ୍ଗା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କଳାହାଣ୍ଡି ଜିଲା କେସିଙ୍ଗା ନଗର ପାଇଁ ନୂତନ କମିଟି ଗଠନ କରି କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି।
କେସିଙ୍ଗା ନଗର କମିଟିର ସଭାପତି ଭାବେ ବରିଷ୍ଠ ବିଜେଡି ନେତା ନଳିନୀ କୁମାର ପଟ୍ଟନାୟକଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିସହ ତିନିଜଣ ଉପସଭାପତି ଭାବେ ପ୍ରେଣା ନାଏକ, ନୀଳମାଧବ ମହଲା ଓ ମୋହନ କୁମାର ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ସାଧାରଣ ସମ୍ପାଦକ ଭାବେ ନେହେରୁ ସୁନାନୀ ଏବଂ ସମ୍ପାଦକ ଭାବେ ପ୍ରମୋଦ ସାହୁ, ବଳରାମ ପଟ୍ଟନାୟକ, ହିରଣ୍ୟ କୁମାର ବାଗ, ମହେନ୍ଦ୍ର ପଟ୍ଟନାୟକ ଓ ରମାକାନ୍ତ ଜେନାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। କେସିଙ୍ଗା ନଗର କମିଟିର କୋଷାଧ୍ୟକ୍ଷ ଭାବେ ଅନିଲ ଜୈନଙ୍କ ନାମ ମଧ୍ୟ ଶ୍ରୀ ମିଶ୍ର ଘୋଷଣା କରିଛନ୍ତି।
ନୂତନ ସଭାପତି ନଳିନୀ କୁମାର ପଟ୍ଟନାୟକ ନିଜର ପ୍ରଥମ ପ୍ରତିକ୍ରିୟାରେ ଆଗାମୀ ପଞ୍ଚାୟତ ଓ ଏନ୍ଏସି ନିର୍ବାଚନରେ ବିଜେଡି କିପରି ବିଜୟଲାଭ କରିବ, ସେ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ନଗରର ସମସ୍ତ ବିଜେଡି କର୍ମକର୍ତ୍ତାଙ୍କ ସହ ମିଳିମିଶି ଦଳକୁ ଆହୁରି ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି।
ନୂତନ କମିଟି ଘୋଷଣା ପରେ କେସିଙ୍ଗା ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି।
Powered by Froala Editor