ଦାରିଙ୍ଗବାଡ଼ିରେ ଭୋର ସମୟରେ ଥଣ୍ଡା ଅନୁଭୂତ
ଦାରିଙ୍ଗବାଡ଼ି: ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ ସମୟରେ ସୂର୍ଯ୍ୟଙ୍କ ପ୍ରଖର ରୌଦ୍ରତାପ ରହୁଥିବା ବେଳେ ଭୋର ସମୟରେ ଥଣ୍ଡା ଅନୁଭୂତ ହେଉଛି।
ରବିବାର ସକାଳେ ଚାରିଆଡ଼େ ଘନ କୁହୁଡ଼ି ଆଚ୍ଛାଦିତ ହୋଇଥିବା ବେଳେ ଥଣ୍ଡା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଦୀର୍ଘଦିନ ପରେ ପୁଣି ଖରାର ଅନୁଭୂତି ସହ ଥଣ୍ଡାର ମଜା ମଧ୍ୟ ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ନେଉଛନ୍ତି।
ସୂଚନାଯୋଗ୍ୟ ଯେ, ଆଉ କିଛି ଦିନ ପରେ ଉକ୍ତ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବ।
Powered by Froala Editor