ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କଲେ ସରକାର, ରହିଛି ଏହିସବୁ ନିୟମ
ଭୁବନେଶ୍ଵର : ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ । ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ । ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଭଲ ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା ମିଳିବ । ଯାତାୟାତ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ମିଳିବ । ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ ।
ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଅନୁକମ୍ପା ସହାୟତା ରାଶି ମା' କିମ୍ବା ବାପାଙ୍କୁ ପ୍ରଦାନ କରାଯିବ । ଉଭୟ ବାପା-ମା ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ସହାୟତା ମିଳିବ । ସହୟତା ରାଶି ପାଇଁ ପ୍ରଧାନ ଶିକ୍ଷକ, ଜିଲ୍ଲାପାଳ, ଡିଇଓ ଓ ବିଇଓଙ୍କ ଅନୁମୋଦନ ଜରୁରୀ ହେବ ।
Powered by Froala Editor