ଆଜି ରାଜ୍ୟରେ ୧୩୪୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୧୩୪୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୭୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୬୭ଜଣ ସ୍ଥାନୀୟ ସଂକ୍ରମଣ ଦ୍ୱାରା ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୩୦, ବାଲେଶ୍ୱରରୁ ୫୯, ବରଗଡରୁ ୮, ଭଦ୍ରକରୁ ୪୦, ବଲାଙ୍ଗିରରୁ ୩, କଟକରୁ ୧୬୪, ଦେବଗଡରୁ ୩, ଢେଙ୍କାନାଳରୁ ୧୯, ଗଜପତିରୁ ୪, ଗଞ୍ଜାମରୁ ୯, ଜଗତସିଂହପୁରରୁ ୭୮, ଯାଜପୁରରୁ ୬୬, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୪୩, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ୪୭୭, କୋରାପୁଟରୁ ୧୧, ମାଲକାନାଗିରିରୁ ୭, ମୟୂରଭଞ୍ଜରୁ ୪୧, ନବରଙ୍ଗପୁରରୁ୨, ନୟାଗଡରୁ ୨୮, ନୂଆପଡାରୁ ୩, ପୁରୀରୁ ୫୫, ରାୟଗଡାରୁ ୧୮, ସମ୍ବଲପୁରରୁ ୧୮, ସୋନପୁରରୁ ୪, ସୁନ୍ଦରଗଡରୁ ୧୩ ଓ ରାଜ୍ୟପୁଲରୁ ୧୦୫ ଜଣ ଚୀହ୍ନଟ ହୋଇଛିନ୍ତି ।ଆଜି ରାଜ୍ୟରେ ପଜିଟିଭ ହାର ୨.୦୨ ପ୍ରତିଶତ ଓ ରାଜ୍ୟର ୨୮ଟି ଜିଲ୍ଲା ଗ୍ରୀନ ଜୋନରେ ରହିଛି ।
Powered by Froala Editor