ମୋହନ ମାଝୀ ଓ ନବୀନଙ୍କ ଦିଲ୍ଲୀ ଗସ୍ତ ଆଜି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜଳ ଶକ୍ତିମନ୍ତ୍ରଣାଳୟ ପକ୍ଷରୁ ଜଳ ସୁରକ୍ଷା ନେଇ ବୁଧବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସ୍ବତନ୍ତ୍ର ଭାବେ ଦଳ ସୁରକ୍ଷା ଉପରେ ହେବାକୁ ଥିବା ଏହି ବୈଠକରେ ଅନ୍ୟ ରାଜ୍ୟ ଗୁଡିକରୁ ମଧ୍ୟ ପ୍ରତିନିଧିମାନେ ଆସିବେ ବୋଲି ସୂଚନା ରହିଛି । ଏହାସହ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଆଉ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ବୋଲି ମଧ୍ୟ ଜଣାପଡିଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ୧ଟାରେ ୭ ଦିନିଆ ଗସ୍ତରେ ଦିଲ୍ଲୀ ଯିବେ ନବୀନ ।
Powered by Froala Editor