ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡିର ଗଣତି ଆରମ୍ଭ
ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡିରେ ଜମା ହୋଇଥିବା ଅର୍ଥ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୁଣ୍ଡି ଗଣତି କାର୍ଯ୍ୟ ଚାଲିଛି। ବିଭିନ୍ନ ସାମାଜିକ ସଂଗଠନର ପ୍ରାୟ ୩୦୦ ଜଣ ମହିଳା ଏହି ଗଣତି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଦୀର୍ଘ ଦୁଇ ମାସ ପରେ ରାଜସ୍ୱ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏହି ହୁଣ୍ଡି ଗଣତି କରାଯାଉଛି।
ଚଳିତ ଥର ହୁଣ୍ଡିରୁ ମିଳିବାକୁ ଥିବା ସମସ୍ତ ଅର୍ଥ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା କରାଯିବ। ଏଥିପାଇଁ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ମନ୍ଦିରରେ ଉପସ୍ଥିତ ରହିଛନ୍ତି।ମନ୍ଦିର ହୁଣ୍ଡିରୁ ମିଳୁଥିବା ଅର୍ଥ ମା’ଙ୍କ ମନ୍ଦିରର ଉନ୍ନତି, ପରିଚାଳନା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରାଯିବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।
Powered by Froala Editor