Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ...

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ...

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

ରାଜ୍ୟ
Home ›› ରାଜ୍ୟ ›› ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ହେବ ଅୟୋଜିତ

ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ହେବ ଅୟୋଜିତ

2026-08-27 06:25:47
14274
Share:
Facebook
Twitter
E-Mail
WhatsApp
Telegram
  ବାଲିଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ହେବ ଅୟୋଜିତ

କଟକ : ଚଳିତବର୍ଷ ଐତିହାସିକ ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଉଭୟ ଉପର ଓ ତଳ ପଡ଼ିଆରେ ବିଶ୍ବର ଏହି ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳାର ଆୟୋଜନ କରାଯିବ। ରାଜ୍ୟ ତଥା ବିଭିନ୍ନ ଦେଶର କଳାକାର ସାମିଲ ହେବା ସହ ବ୍ୟବସାୟୀମାନେ ଆସିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। କେଉଁ ପଡ଼ିଆରେ କଣ ବ୍ୟବସ୍ଥା କରାଯିବ, ସେଥିନେଇ ଏକ ସ୍ବତନ୍ତ୍ର କମିଟି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବେ। ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଚଳିତଥର ପାର୍କିଂ ସ୍ଥଳଗୁଡ଼ିକ ଅଧିକ କରିବାକୁ ଜିଲା ପ୍ରଶାସନ ଯୋଜନା କରିଛି। ଲୋକଙ୍କ ସୁରକ୍ଷା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପରିଚାଳନା ନିମନ୍ତେ ଏକ ସ୍ବତନ୍ତ୍ର ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ହେବ। ଦୋଳିଗୁଡ଼ିକ ମଧ୍ୟରେ କେତେ ଦୂରତା ରହିବ ଏବଂ କେତେ ବର୍ଷ ପୁରୁଣା ଦୋଳି ଲଗାଯାଇପାରିବ; ସେଥିପାଇଁ ଦୋଳି ବ୍ୟବସାୟୀ ସଂଘ ସହ ଆଲୋଚନା ହୋଇଛି। ଦୋଳି ବ୍ୟବସାୟୀ ସୁରକ୍ଷା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। କଟକ ଇନ କଟକକୁ କେଉଁ ଥିମ୍‌ ଅନୁଯାୟୀ ସାଜସଜ୍ଜା କରାଯିବ, ତାହା ଲୋକଙ୍କ ମତ ଅନୁଯାୟୀ ସ୍ଥିର ହେବ। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ା ଆୟୋଜନ କରାଯିବ ବୋଲି ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ଜିଲାପାଳ ଶ୍ରୀ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗ ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରାଯାଇ କାମ ହେବ ତାହା ଆଲୋଚନା ହୋଇଥିଲା। ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟାତ, ଗାଡ଼ି ରହଣି ସ୍ଥଳ, ସ୍ବଚ୍ଛତା, ବିଦ୍ୟୁତ୍‌ ଯୋଗାଣ, ପଡ଼ିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ, ବିଶେଷକରି ଅଧିକ ସଂଖ୍ୟକ ସିସି କ୍ୟାମେରା ସ୍ଥାପନ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।  କଳାକାରଙ୍କ ଲୋକପ୍ରିୟତା ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ବାଲିଯାତ୍ରା ଆହୁରି ରଙ୍ଗୀନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ ହେବ। ବେଆଇନ ପାର୍କିଂ ଏଡ଼ାଇବା ପାଇଁ ବ୍ୟବସ୍ଥା ଓ ପାର୍କିଂ ସ୍ଥାନରୁ ଯାତ୍ରୀଙ୍କ ସୁଗମ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲାପାଳ ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲାପାଳ କମଳଜିତ ଦାସ, ଅତିରିକ୍ତ ଜିଲାପାଳ ଡ. ଈପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ଼ ଉପଜିଲାପାଳ ପ୍ରହ୍ଲାଦ ନାରାୟଣ ଶର୍ମା ଓ ବାଙ୍କୀ ଉପଜିଲାପାଳ ମନସ୍ବିନୀ ଦାସଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Powered by Froala Editor

Tags Balijatra

Related articles Odisha News Lens 4.1

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...
    ଦେଶ-ଦେଶାନ୍ତର

    ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...

    15238
    Oct 13, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14604
    Oct 13, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14946
    Oct 12, 2026
  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    15004
    Oct 12, 2026
  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14673
    Oct 12, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15097
    Oct 12, 2026
  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14660
    Oct 12, 2026
  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ
    ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13494
    Oct 13, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14523
    Oct 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14604
    Oct 13, 2026
  • ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14523
    Oct 12, 2026
  • ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14151
    Oct 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17177
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17867
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17822
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18240
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14553
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14660
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15665
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14339
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16075
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15802
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15030
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15557
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14031
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14604
    Oct 13, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14523
    Oct 12, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14946
    Oct 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In