ରାଜ୍ୟରେ ଘୁଞ୍ଚିଲା ଓଏସ୍ଏସ୍ଟିଇଟି ପରୀକ୍ଷା

ଭୁବନେଶ୍ୱର:ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି) ଅଗଷ୍ଟ ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ୨୭ ତାରିଖରେ ଓଏଏସ୍ ପ୍ରିଲିମ୍ନାରୀ ପରୀକ୍ଷା ଥିବାରୁ ଓଏସ୍ଏସ୍ଟିଇଟି ପରୀକ୍ଷା ସମୟକୁ ବୋର୍ଡ କର୍ତ୍ତୃପକ୍ଷ ଘୁଞ୍ଚାଇଛନ୍ତି । ପରିବର୍ତ୍ତିତ ସୂଚୀ ଅନୁସାରେ ଓଏସ୍ଏସ୍ଟିଇଟି ସେପ୍ଟେମ୍ବର ୧ ତାରିଖରେ ହେବ ବୋଲି ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଏସ୍ଏସ୍ଟିଇଟି ଆବେଦନକାରୀଙ୍କ ମଧ୍ୟରୁ ଅନେକ ଓଏଏସ୍ ପରୀକ୍ଷା ଲାଗି ଆବେଦନ କରିଛନ୍ତି। ତେଣୁ ଗୋଟିଏ ଦିନରେ ଦୁଇଟି ଯାକ ପରୀକ୍ଷା ଦେବା ଅସମ୍ଭବ ହୋଇଥିବାରୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ପୂର୍ବ ଧାର୍ୟ୍ୟ ତାରିଖକୁ ବାତିଲ୍ କରିଛନ୍ତି। ସୂଚନାଯୋଗ୍ୟ, ଓଏସ୍ଏସ୍ଟିଇଟି ପରୀକ୍ଷା ଲାଗି ପ୍ରାୟ ୫୩ ହଜାର ୫ଶହରୁ ଅଧିକ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବୋର୍ଡରୁ ସୂଚନା ମିଳିଛି।
Powered by Froala Editor