ଆଇଏଏସ୍ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ। ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସର ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ମିଳିଛି। ତାଙ୍କ ସ୍ଥାନରେ ଆଇଏଏସ୍ ଅଫିସର ସୁନ୍ଦର ମାଧବ ପାଢ଼ୀଙ୍କୁ ଓଏସ୍ଆର୍ଟିସି ଜେନେରାଲ ମ୍ୟାନେଜର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ସୁନ୍ଦର ମାଧବଙ୍କୁ ଓଡ଼ିଶା ମାରିଟାଇମ ବୋର୍ଡର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ଦାୟିତ୍ୱ ମିଳିଛି। ସେହିପରି ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଫିସର ବୀରେନ୍ଦ୍ର କୋରକରାଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। କୋରକୋରାଙ୍କ ସ୍ଥାନରେ ଓବିସି ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଫିସର ଯୁଗଳେଶ୍ୱରୀ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି। ଗୃହ ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସର ଆରାଧନା ଦାସଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଅବକାରୀ ବିଭାଗ ଅତିରିକ୍ତ ସଚିବ ଥିବା ଆଇଏଏସ୍ ଅଫିସର ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଆୟୁଷ ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଫିସର ଅଞ୍ଜନା ପଣ୍ଡାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।
Powered by Froala Editor