ଏଥର ମନ କିଣୁଛି ମାଣ୍ଡିଆ ରାକ୍ଷୀ
ମାଲକାନଗିରି : ରାଖିକୁ ଆଉ ଅଳ୍ପ ଦିନ ବାକି। ଭାଇ-ଭଉଣୀଙ୍କ ଅତୁଟ ପ୍ରେମ ଓ ସ୍ନେହର ବନ୍ଧନ ଏହି ରାଖି ପର୍ବ ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ। ଏଥର ମନ କିଣୁଛି ଧାନ ଓ ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ରାକ୍ଷୀ।
ମାଲକାନଗିରି ଜିଲ୍ଲା ସଦର ମହକୁମା ଆଇଟିଡିଏ ଅଫିସ ନିକଟରେ ଓରମାସ ତରଫରୁ ଏକ ରାକ୍ଷୀ ଷ୍ଟଲ ହୋଇଛି। ଏହି ଷ୍ଟଲରେ ଧାନ, ମାଣ୍ଡିଆ ସହ ଅନେକ ହାତ ତିଆରି ରାକ୍ଷୀ ମିଳୁଛି। ଏଥିସହ ବଣ୍ଡାଘାଟିର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରୁଛନ୍ତି।
Powered by Froala Editor