ଭୁବନେଶ୍ୱରର ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ
ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରର ୧ ନମ୍ବର ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଳିଗଲା ଅନେକ ଦୋକାନ। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହାଟ ଭିତରେ ଥିବା ଏକ ଗ୍ରୋସରୀ ଦୋକାନରେ ଏହି ନିଆଁ ଲାଗିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୨ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Powered by Froala Editor