ମୁଖ୍ୟ ଶାସନ ସଚିବ ଓ 5Tସଚିବଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ଦିନିକିଆ ବଲାଙ୍ଗୀର ବଲାଙ୍ଗୀର ଗସ୍ତ କରିଛି । ଗସ୍ତ ସମୟରେ 5T ସଚିବଙ୍କ ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବେ । ସେଥରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ ।
ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ୟ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟସାଇଡ ବୁଲି କାର୍ୟ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବା ସହ ବୁଲି ଦେଖିବାର ରହିଛି କାର୍ୟ୍ୟକ୍ରମ । ମେଡିକାଲ କଲେଜରେ ୫ଶହ ବେଡ ହସ୍ପିଟାଲର କାର୍ୟ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ସାଇଡ ପରିଦର୍ଶନ କରିବା ସହ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିବା ସହ ଜିଲ୍ଲାର ଉନ୍ନୟନ କାର୍ୟ୍ୟର ତଦାରଖ କରିବା କାର୍ୟ୍ୟକ୍ରମ ରହିଥିବା ସୂଚନା ମିଳିଛି ।
ସେନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତ ସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରି ସମସ୍ଥ ପ୍ରସ୍ତୁତି ହୋଇଛିନ । ୫ଞ ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
Powered by Froala Editor