ନୃଶଂସ ହତ୍ୟାକାଣ୍ଡ, ସ୍ତ୍ରୀକୁ ହତ୍ୟା କଲା ପିଶାଚ ସ୍ଵାମୀ

ବ୍ରହ୍ମଗିରି : ସ୍ତ୍ରୀକୁ ହତ୍ୟା କଲା ପିଶାଚ ସ୍ଵାମୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ।
ମୃତକ ଜଣଙ୍କ ହେଲେ ମାଳତୀ ଦେ । ଅଭିଯୁକ୍ତ ସ୍ଵାମୀ ପ୍ରଭାକର ଦେ ତାଙ୍କ ଭାଇଙ୍କ ମୃତ୍ୟୁ ପରେ ଭଉଜ ମାଳତୀ ଦେଙ୍କୁ ବିବାହ କରିଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହକୁ କେନ୍ଦ୍ର କରି ମାଳତୀଙ୍କୁ ପ୍ରଭାକର ହତ୍ୟା କରିଥିବା ଅନୁମାନ କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Powered by Froala Editor