ଶ୍ରୀମନ୍ଦିର ଖୋଲିବ ନେଇ ଆଜି ନିଆଯିବ ନିଷ୍ପତି

ପୁରୀ : ଶ୍ରୀମନ୍ଦିର ଖୋଲିବ ନେଇ ଆଜି ନିଷ୍ପତି ନିଆଯିବ । ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଶ୍ରୀମନ୍ଦିରକୁ ଆଉ କିଛିଦିନ ବନ୍ଦ ରଖାଯିବ ନା କରୋନା କଟକଣା ସହ ଖୋଲିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଜି ନିଷ୍ପତି ନେବ । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଖୋଲିବା ଉପରେ ପୂର୍ବାହ୍ନ ୧୧ଟାରେ ଏହି ଭର୍ଚୁଆଲ ବୈଠକ ଡକାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ରାଜସ୍ୱ ପ୍ରଶାସକଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର କୋଭିଡ ପରିଚାଳନା ପାଇଁ ଗଠିତ ୭ଜଣିଆ ସେବାୟତ କମିଟିର ସମସ୍ତ ସଦସ୍ୟ ବି ଏହି ବୈଠକରେ ଉପସ୍ଥିତ ରହିବେ । ବୈଠକରେ ବିସ୍ତୃତ ଆଲୋଚନା ପରେ ଦର୍ଶନକୁ ନେଇ ଚୂଡ଼ାନ୍ତ ଏସଓପି ପ୍ରକାଶ ପାଇବ । କୋଭିଡ ସଂକ୍ରମଣ ପାଇଁ ଗତ ଏପ୍ରିଲ ମାସରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଛି ।
Powered by Froala Editor