ଗୁଗଲରୁ ଏମିତି ଡିଲିଟ୍ କରନ୍ତୁ ନିଜ ସର୍ଚ୍ଚ ଓ ଲୋକେସନ ହିଷ୍ଟ୍ରି

ଆଜି ସବୁ ପ୍ରଶ୍ନର ଉତ୍ତର ଗୁଗଲରେ ମିଳିଯାଉଛି । କୌଣସି ବ୍ୟକ୍ତି ମନରେ ଯଦି କିଛି ପ୍ରଶ୍ନ ଆସୁଛି ତେବେ ସେ ତୁରନ୍ତ ନିଜ ମୋବାଇଲରେ ଗୁଗଲ ଖୋଲି ନିଜ ଉତ୍ତର ପାଇଯାଉଛି । କେବଳ ଏତିକି ନୁହେଁ ମନୋରଞ୍ଜନ ପାଇଁ ମଧ୍ୟ ଆମେ ଗୁଗଲର ସାହାଯ୍ୟ ନେଉ । ତେବେ ଏହି ସବୁ ସର୍ଚ୍ଚ ହିଷ୍ଟ୍ରି ଗୁଗୁଲରେ ଷ୍ଟୋର ହୋଇରହିଯାଏ । ଏବଂ ଏହାକୁ ହିଷ୍ଟ୍ରି ମାଧ୍ୟମରେ କେହିବି ଜାଣିପାରିବ ଯେ ଆପଣ କଣ କଣ ସର୍ଚ୍ଚ କରିଥିଲେ । ଯଦି ଆପଣ ନିଜ ସର୍ଚ୍ ହିଷ୍ଟ୍ରିକୁ ସିକ୍ରେଟ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ Google Search history ରୁ ସବୁ ଡିଲିଟ୍ କରିବାକୁ ପଡିବ । ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜ ଗୁଗଲ ହିଷ୍ଟ୍ରି ଡିଲିଟ୍ କରିପାରିବେ ।
ପ୍ରଥମେ ଆପଣଙ୍କୁ ଗୁଗଲ ଆକ୍ଟିଭିଟି(https://myactivity.google.com/) କଣ୍ଟ୍ରୋଲ ପେଜକୁ ଓପନ କରିବାକୁ ହେବ । ପେଜ୍ ଓପନ ହେବା ପରେ ଆପଣଙ୍କୁ ଗୁଗଲ ଆକାଉଣ୍ଟରୁ ସାଇନ୍ ଇନ୍ କରିବାକୁ ହେବ । ପରେ ଆପଣଙ୍କୁ ଏଠାରେ ତଳେ ଦିଆଯାଇଥିବା ଅଟୋ-ଡିଲିଟ୍ (ଅଫ୍) ଅପ୍ସନ ଉପେର କ୍ଲିକ୍ କରିବାକୁ ହେବ ।
ଏଠାରେ ଏବେ ଆପଣ ଅଟୋ ଡିଲିଟ୍ ଆକ୍ଟିଭିଟିଜ୍ ଓଲ୍ଡର ଦେନ୍ ୩ ମନ୍ଥ ବା ପରେ ଅଟୋ ଡିଲିଟ୍ ଆକ୍ଟିଭିଡିଜ୍ ଓଲ୍ଡର ଦେନ୍ ୧୮ ମନ୍ଥ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ନେକ୍ସଟ୍ ବଟନ ଉପପେ ଟାପ୍ କରନ୍ତୁ ।
ଏବେ ଆଗାମୀ ପେଜରେ ଆପଣଙ୍କୁ ପର୍ମାନେଣ୍ଟ ଚେଞ୍ଜ ପାଇଁ କନଫର୍ମ ବଟନ ଉପରେ କ୍ଲିକ୍ କରିବାକୁ ହେବ ।
ଯଦି ଆପଣ ଚାହୁଁନାହାଁନ୍ତି କି ଗୁଗୁଲ ଆପଣଙ୍କ ଆକ୍ଟିଭିଟିଜକୁ ଟ୍ରାକ୍ ବା ପରେ ରେକର୍ଡ କରୁ ତେବେ ଆପଣଙ୍କୁ ଏଠାରେ ୱେବ୍ ଆଣ୍ଡ ଆକ୍ଟିଭିଟି ଟୋଗଲକୁ ଡିସେବଲ କରିବାକୁ ହେବ ।
ଏହିଭଳି ଆପଣଙ୍କୁ ସ୍କଲ୍ର ଡାଉନ୍ କରିବା ପରେ ତଳେ ଲୋକେସନ ହିଷ୍ଟ୍ରି ଓ ୟୁଟ୍ୟୁବ୍ ହିଷ୍ଟ୍ରି ଟୋଗଲକୁ ଡିସେବଲ କରିବାକୁ ହେବ । ଏହି ଉପାୟରେ ଆପଣ ଗୁଗଲକୁ ସବୁବେଳେ ଲୋକେସନ ହିଷ୍ଟ୍ରି, ବେୱବ୍ ଆକ୍ଟିଭିଟିଜ୍, ୟୁଟ୍ୟୁବ୍ ସର୍ଚ୍ଚ ଆଦିକୁ ଟ୍ରାକ୍ କରିବାରୁ ରୋକିପାରିବେ ।
ଆପଣଙ୍କୁ ଏହା ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଏହି ପ୍ରକ୍ରିୟା ପରେ ଗୁଗଲରେ ପର୍ସନଲାଇଜ୍ଡ ଏକ୍ସପ୍ରିୟନ୍ସ କମ୍ ହୋଇଯିବ ଅର୍ଥାତ୍ ଗୁଗଲ ସର୍ଚ୍ଚ ଅନୁସାରେ ମେଳ ଖାଉଥିବା ଜିନିଷକୁ ରେକମେଣ୍ଡ କରିଥାଏ ଯାହା ଏହି ପ୍ରକ୍ରିୟା ପରେ ଆଉ ହେବନି ।
Powered by Froala Editor