ଫଙ୍ଗଲ୍ ଇନ୍ଫେକ୍ସନ୍ ପାଇଁ ଭଲ ଲେମ୍ବୁ ମଞ୍ଜି

ଭୁବନେଶ୍ୱର: ଆମେ ସାଧାରଣତଃ ଲେମ୍ବୁ ଓ କମଳା ଖାଇବା ବେଳେ ଏହାର ମଞ୍ଜିକୁ ବାହାର କରି ଫିଙ୍ଗି ଦେଇଥାଉ। ହେଲେ ଆପଣ ଜାଣିଛନ୍ତି କି ଲେମ୍ୱୁ ଓ କମଳା ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହି ମଞ୍ଜିକୁ ଖାଇଲେ ଆପଣ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ତା’ ହେଲେ ଆସନ୍ତୁ ଜାଣିବା ଲେମ୍ୱୁ ମଞ୍ଜିରେ କ’ଣ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।
୧. ଅଧିକାଂଶ ସମୟରେ ଆପଣ ମୁଣ୍ଡ ବିନ୍ଧାକୁ ଶୀଘ୍ର ଠିକ୍ କରିବା ପାଇଁ ଏସ୍ପିରିନ୍ ଖାଇଥା’ନ୍ତି। ଲେମ୍ୱୁ ମଞ୍ଜିରେ ପ୍ରଚୁର ମାତ୍ରାରେ ସେଲିସିଲିକ ଏସିଡ୍ ରହିଛି, ଯାହା ଏସ୍ପିରିନର ଏକ ଅଂଶ। ତେଣୁ ମୁଣ୍ଡ ବିନ୍ଧା ସମୟରେ ଲେମ୍ୱୁ ମଞ୍ଜି ଖାଇଲେ ଉପଶମ ମିଳିଥାଏ।
୨. ଲେମ୍ୱୁ ମଞ୍ଜିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣଙ୍କ ମୁହଁରେ ହେଉଥିବା ବ୍ରଣକୁ ଭଲ କରିବା ପାଇଁ ସାହାଯ୍ୟ କରିଥାଏ। ତେଣୁ ବ୍ରଣ ଭଲ କରିବା ପାଇଁ ଲେମ୍ୱୁ ମଞ୍ଜିର ତେଲକୁ ବ୍ୟବହାର କରନ୍ତୁ। ଯଦି ନିୟମିତ ଭାବରେ ଲେମ୍ୱୁ ମଞ୍ଜିକୁ ମୁହଁରେ ବ୍ୟବହାର କରିବେ, ତେବେ କିଛିଦିନ ମଧ୍ୟରେ ଆପଣଙ୍କ ବ୍ରଣ ଓ ଦାଗ ଭଲ ହୋଇଯିବ।
Powered by Froala Editor