ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀ ଫେଲ ହେବେ

କଟକ : ଅଫଲାଇନ ମାଟି୍ରକ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ପରୀକ୍ଷାର ସୋମବାର ତୃତୀୟ ଦିନ ଗଣିତ ପରୀକ୍ଷାରେ ୧୧ ହଜାର ୬୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୪୬୧ ଜଣ ଅନୁପସ୍ଥିତ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପରୀକ୍ଷାରେ କପି କରିବା ସମୟରେ ସ୍କ୍ୱାର୍ଡ ହାତରେ ୮ ଜଣ ଧରାପଡ଼ି ମାଲପ୍ରାଟିସ ବା ଏମପି ଅଭିଯୋଗରେ ବ୍ଲକ ହୋଇଛନ୍ତି । ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ୨୯୪୬ ଜଣ ଅନୁପସ୍ଥିତ ଥିବା ବେଳେ ଦ୍ୱିତୀୟ ଦିନ ଇଂରାଜୀ ପରୀକ୍ଷାରେ ୩୨୦୦ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଯେଉଁମାନେ ଏହି ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ କରି, ଗୋଟିଏ ବିଷୟରେ ପରୀକ୍ଷା ଦେଇଥିବା ବେଳେ ଅନ୍ୟ ବିଷୟ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି, ସେମାନେ ପୂର୍ବ ପରୀକ୍ଷାଫଳ ମୁତାବକ ପାସ କରିଥିଲେ ମଧ୍ୟ ଚଳିତ ପରୀକ୍ଷାରେ ଅନୁପସ୍ଥିତ ରହୁଥିବାରୁ ସେମାନଙ୍କୁ ଫେଲ ଧରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
Powered by Froala Editor