ଷ୍ଟାଫ ସିଲେକ୍ସନ ଦୁର୍ନୀତିର ଯାଂଚ କରିବ ଇଡି
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏଏସସି) ଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ) ବିରଞ୍ଚି ନାରାୟଣ ସାହୁ ଶେଷରେ ଚାକିରିରୁ ତଡ଼ା ଖାଇଛନ୍ତି । ସୋମବାର ଶ୍ରୀ ସାହୁଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପ୍ରଥମେ ତାଙ୍କୁ ନିଲମ୍ପନ କରିଥିଲେ ଷ୍ଟାଫ ସିଲେକସନ କମିଶନ । ତା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ଘରୁ ଚଢ଼ଉ ବେଳେ ମୋଟ ୩ କୋଟି ୩୯ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ସେଥିମଧ୍ୟରୁ ୩ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ କହିଛି । ଜଣେ ପିଏସଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ମିଳିବା ପରେ ବିଭିନ୍ନ ମହଲରେ ପ୍ରତିକି୍ରୟା ପ୍ରକାଶ ପାଇଛି । ତାଙ୍କ ସମ୍ପତ୍ତି ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ଯାଞ୍ଚ କରିବ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଓଏଏସସି ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି ।
Powered by Froala Editor