ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା
ସାଧାରଣ ଖାଉଟିଙ୍କ ପାଇଁ ମହଙ୍ଗା ମାଡ । ଧୀରେ ଧୀରେ ବଢ଼ି ଚାଲିଛି ଦରଦାମ୍ । ଦୁଗ୍ଧ-ଚିନି ସହ ୯୯% ରାସନ ସାମଗ୍ରୀ ଦର ଗତ ଫେବ୍ରୁଆରି ପରଠୁ ମହଙ୍ଗା ହୋଇଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ଏଭଳି ସ୍ଥିତି ରହିଛି । ଉପଭୋକ୍ତା ବ୍ୟାପାର ବିଭାଗ ପ୍ରାଇସ୍ ମନିଟରିଂ ସିଷ୍ଟମ ମୁତାବକ, ୧୬ ପ୍ରମୁଖ ଖାଦ୍ୟ ସାମଗ୍ରୀ ବର୍ଗ ମଧ୍ୟରୁ ୧୫ଟିର ଦର ବଢ଼ିଛି । ଡାଲି ଓ ତେଲ କ୍ଷେତ୍ରରେ ସର୍ବାଧିକ ଦର ବୃଦ୍ଧି ହୋଇଛି । ଚଣାଡାଲି କିଲୋ ପ୍ରତି ୪.୬୫ ଟଙ୍କା, ହରଡ ଡାଲି ୫.୯୬ ଟଙ୍କା, ମୁଗଡାଲି ୪.୫୫ ଟଙ୍କା, ଦୁଗ୍ଧ ୩ ଟଙ୍କା, ସୋରିଷ ତେଲ ୭.୫୬ ଟଙ୍କା ମହଙ୍ଗା ହୋଇଛି । ଚାଉଳ ୧.୭୫ ଟଙ୍କା, ଲୁଣ ୮୫ ପଇସା ଏବଂ ୨୨ ପଇସା ବଢ଼ିଛି । ଅଗଷ୍ଟରୁ ଆରମ୍ଭ ହେଉଥିବା ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଗଣେଶ ଉତ୍ସବ, ଅକ୍ଟୋବରରେ ନବରାତ୍ରି ଏବଂ ଦୀପାବଳୀ ଭଳି ପର୍ବ ଡାଲି ଓ ଖାଇବା ତେଲ ଚାହିଦା ବଢ଼ିପାରେ ।
ଇନଫୋମେରିକ ରେଟିଂର ମୁଖ୍ୟ ଅର୍ଥନୀତିଜ୍ଞ ଡ. ମନୋରଞ୍ଜନ ଶର୍ମା କହିଛନ୍ତି, ଡାଲି ଏବଂ ଖାଇବା ତେଲ ଉପରେ ଏବେ ଚାପ ରହିଛି । ଦୁର୍ବଳ ମୌସୁମୀ ଯୋଗୁ ଡାଲି ଉତ୍ପାଦନ ବାଧାପ୍ରାପ୍ତ ହୋଇପାରେ। ଅନ୍ୟପଟେ ଖାଇବା ତେଲର ଆମଦାନି ନିର୍ଭରତା, ଅନ୍ତର୍ଜାତୀୟ ବଜାରରେ ପାମ୍ ଏବଂ ସୋୟା ତେଲ ମୂଲ୍ୟରେ ବୃଦ୍ଧି ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏହା ପରିବହନ କ୍ଷେତ୍ର ଉପରେ ବାଧା ଆଣିଛି ।
ଚିନି ଦର ବଢ଼ିବା ପଛରେ ଇଥାନଲ ଉତ୍ପାଦନ ଲାଗି ଆଖୁ ଚାହିଦା ବୃଦ୍ଧି କାରଣ ରହିଛି । ଏଥିଯୋଗୁ ଚିନି ଉତ୍ପାଦନ ଲାଗି ଅପେକ୍ଷାକୃତ କମ୍ ଆଖୁ ଉପଲବ୍ଧ ହେଉଛି । ସରକାରୀ ଭଣ୍ଡାର ଗୁଡିକରେ ଗହମର ପର୍ଯ୍ୟାପ୍ତ ଉପଲବ୍ଧତା କାରଣରୁ ଏହାର ଦର ନିୟନ୍ତ୍ରଣରେ ରହିଛି ।
ବିଶେଷଜ୍ଞ କହିଛନ୍ତି ଯେ, ମୌସୁମୀ ଦୁର୍ବଳ ହେବା ଯୋଗୁ ଏହାର ପ୍ରଭାବ ଉତ୍ପାଦନ ଉପରେ ପଡିଛି । ଜୁଲାଇ ସୁଦ୍ଧା ଖରିଫ ଡାଲି ଚାଷ ଏରିଆ ୭% ନିମ୍ନରେ ରହିଛି ।
Powered by Froala Editor