ଛୋଟ ପ୍ଲାଷ୍ଟିକ୍ ବଲ୍ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ
କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ଘଟିଛି। କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ସ୍ନାକ୍ସ ପ୍ୟାକେଟ୍ ଭିତରେ ଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ କହିବା ଅନୁଯାୟୀ ଗୌରୀପୁର ଗ୍ରାମର ମୁକୁନ୍ଦ ମୟୂର (୫) ଶନିବାର କୁର୍କୁରେ ଖାଉଥିବା ସମୟରେ ପ୍ୟାକେଟ୍ ଭିତରୁ ଏକ ଛୋଟ ପ୍ଲାଷ୍ଟିକ୍ ବଲ୍ ବାହାରିଥିଲା। ବଲ୍ଟିକୁ ଧରି ଖେଳୁଥିବା ସମୟରେ ଶିଶୁଟି ଅସାବଧାନତାବଶତଃ ତାକୁ ପାଟିରେ ପୂରାଇ ଦେଇଥିଲା। ବଲ୍ଟି ଶିଶୁର ଗଳାରେ ଲାଗି ରହିଯିବାରୁ ଶ୍ୱାସରୁଦ୍ଧ ହୋଇ ଅଚେତ୍ ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାକୁ ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ମୁକୁନ୍ଦଙ୍କ ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ହୁନସୁର ଗ୍ରାମୀଣ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ପୁଲିସ ଏହି ଘଟଣାରେ ଏକ ଅସ୍ବାଭାବିକ ମୃତ୍ୟୁ (ୟୁଡିଆର) ରୁଜୁ କରିଛି। ମାତ୍ର ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ରୁଜୁ କରାଯାଇ ନାହିଁ।
Powered by Froala Editor