ପ୍ରଶାସନ ପକ୍ଷରୁ କଟକଣା ଜାରି: ମହାନଦୀରେ ଗାଧୋଇବା, ପହଁରିବା ଓ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷିଦ୍ଧ
କଟକ : ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ହେବା ପରେ କଟକ ଜିଲାରେ କୃତ୍ରିମ ବନ୍ୟା ଓ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ପ୍ରବେଶକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କଟକ ମହାନଗର ନିଗମ (କେଏମସି) କମିସନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ
ସେହିପରି ସବୁ ଥାନା ଅଧିକାରୀ (ଆଇଆଇସି) ଓ ପୁଲିସ ପାଟ୍ରୋଲିଂ ଟିମ୍କୁ ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ କରିବାକୁ କୁହାଯାଇଛି। ମହାନଦୀ ଓ ଏହାର ଉପନଦୀ ଉପରେ ଥିବା ସମସ୍ତ ସେତୁ, ବ୍ୟାରେଜ (ମୁଣ୍ଡଳି ଓ ଯୋବ୍ରା ସମେତ) ଏବଂ ନଦୀବନ୍ଧ ଉପରେ ବନ୍ୟାଜଳ ଦେଖିବା, ସେଲ୍ଫି ନେବା, ଫଟୋ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉଦ୍ଦେଶ୍ୟରେ ଭିଡ଼ ଜମାଇବା, ବୁଲାବୁଲି କରିବା କିମ୍ବା ବିପଦପୂର୍ଣ୍ଣ ଭାବେ ନଦୀକୂଳ ନିକଟକୁ ଯିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ର ଧାରା ୫୧ରୁ ୬୦ ଏବଂ ପ୍ରଯୁଜ୍ୟ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor