ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି
ଭୁବନେଶ୍ବର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଆସନ୍ତା କାଲି ଦିନ ୧୧ ଟା ସମୟ ରେ ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ବନ୍ୟାଜଳ ଛଡାଯିବା ପୂର୍ବରୁ ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି।
Powered by Froala Editor