ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
ମୋହନଲାଲଙ୍କ ନିକଟରେ ରହିଛି ୧୦ହାତୀ ଦାନ୍ତ । ଏହି ଘୋଷଣା ଏହି ସମୟରେ କରାଯାଇଛି ଯେତେବେଳେ ଅଭିନେତାଙ୍କ ଉପରେ ଅବୈଦ୍ଧ ଭାବେ ହାତୀ ଦାନ୍ତ ରଖିବାର ଏକ ପୁରୁଣା ମାମଲା ଚାଲୁ ରହିଛି । କେରଳ ବିନ ବିଭାଗକୁ ମୋହନଲାଲ କହିଛନ୍ତି କି ତାଙ୍କ ପାଖରେ ୧୦ହାତୀର ଦାନ୍ତ ଏବଂ ହାତୀ ଦାନ୍ତରେ ନିର୍ମିତ ୧୩ମୂର୍ତ୍ତି ରହିଛି ।
ଏହି ମୂର୍ତ୍ତିରେ ଭଗବାନ କୃଷ୍ଣ, ଭଗବାନ ରାମ ଏବଂ ତିଋପତି ବାଲାଜୀଙ୍କ ମୂର୍ତ୍ତି ସାମିଲ ରହିଛି । କୁହାଯାଉଛି କି ଏହି ସମସ୍ତ ମୂର୍ତ୍ତିର ପ୍ରାୟ ଓଜନ ୪୬କିଲୋଗ୍ରାମ ପାଖାପାଖି ଅଟେ । ମୋହନଲାଲ କହିଛନ୍ତି କି ଅଧିକ ହାତୀ-ଦାନ୍ତ ତାଙ୍କୁ ଉତ୍ତରାଧିକାରୀ ସୂତ୍ରରୁ ମିଳିଥିଲା କିମ୍ବା ପୁରସ୍କାର ସୂରୁପ ମିଳିଥିଲା । ଆଶା ରହିଛି କି ବନ ବିଭାଗ ଘୋଷିତ ଜିନିଷ ସତ୍ୟତା ଖୋଜିବା ଲାଗି DNA କିମ୍ବା ଅନ୍ୟ ଯାଞ୍ଚ କରିବ ।
ହାତୀ ଦାନ୍ତର ଏହି ମାମଲା ୨୦୧୧ର ଅଟେ ଯେତେବେଳେ ମୋହନଲାଲଙ୍କ ଘର ଉପରେ ଇନକମ୍ ଟ୍ୟାକ୍ସର ରେଡ ସମୟରେ କଥିତ ଭାବେ ହାତୀ-ଦାନ୍ତ ଏବଂ ହାତୀ ଦାନ୍ତରେ ନିର୍ମିତ ଜିନିଷ ଜବତ ହୋଇଥିଲା । ଏହାପରେ କେରଳ ବନ ବିଭାଗ ଅଭିନେତାଙ୍କ ବିପକ୍ଷରେ ଓ୍ବାଲ୍ଡଲାଇଫ୍ ଆକ୍ଟ ମାଧ୍ୟମରେ ବିନା ମଞ୍ଜୁରୀରେ ଓ୍ବାଲ୍ଡଲାଇଫ ସହ ଯୋଡ଼ିଥିବା ଜିନିଷ ରଖିବା ଅଭିଯୋଗରେ ମାମଲା ରୁଜୁ କରିଥିଲା।
ମାତ୍ର ପରେ କେରଳ ସରକାର ମାମଲା ଫେରସ୍ତ ନେବାକୁ ପ୍ରୟାସ କରିଥିଲେ । କିନ୍ତୁ ଟ୍ରାୟଲ କୋର୍ଟ ସେହି ଆବେଦନକୁ ଖାରଜ କରି ଦେଇଥିଲେ । କେରଳ ହାଇକୋର୍ଟ ସେହି ନିଷ୍ପତ୍ତିକୁ ସମର୍ଥନ କଲେ ଏବଂ ଏକ ପୃଥକ ରାୟରେ ସେହି ମାଲିକାନା ପ୍ରମାଣପତ୍ର ଗୁଡ଼ିକୁ ବାତିଲ କଲେ । ଯେଉଁ କାରଣରୁ ମୋହନଲାଲ ହାତୀଦାନ୍ତର ଜିନିଷ ନିଜ ପାଖରେ ରଖିପାରିଥିଲେ ।
Powered by Froala Editor