କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
ପୁଣେ ରିୟଲ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ ସ୍ବାମୀ କେତନଙ୍କୁ ହତ୍ୟା କରିବାର ୪ ମାସ ପୂର୍ବରୁ ପ୍ରେମିକ ଚେତନ ଚୌଧରୀଙ୍କୁ ଗୋପନରେ ବିବାହ କରିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। କେତନଙ୍କ ହତ୍ୟାକାଣ୍ଡର ପ୍ରାୟ ୪ ମାସ ପୂର୍ବରୁ ପୁନେର ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଏହି ବିବାହ ହୋଇଥିଲା । ଏପରିସ୍ଥଳେ ପୁଲିସ ବିବାହ ପ୍ରମାଣପତ୍ର ଏବଂ ଅନ୍ୟ ପ୍ରମାଣକୁ ଖୋଜୁଛି । ସିୟାଙ୍କ ଦୁଇଜଣ ବାନ୍ଧବୀଙ୍କୁ ପଚରାଉଚରା କରାଯାଉଛି । ବିବାହ ସମୟରେ ସେମାନେ ସାକ୍ଷୀ ଭାବେ ସେଠାରେ ଉପସ୍ଥିତ ରହିଥିଲେ ।
କେତନଙ୍କ ସହ ସିୟାଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଥିବା ସତ୍ତ୍ୱେ ଚେତନ ଓ ସିୟା ସେମାନଙ୍କ ବିବାହ ଖବରକୁ ଉଭୟ ପରିବାରଠାରୁ ଲୁଚାଇ ରଖିଥିଲେ। ଅଭିଯୁକ୍ତମାନଙ୍କ ଗତ ୬ରୁ ୭ ମାସ ତଳର ହ୍ବାଟ୍ସଆପ୍ ଚାଟ୍, କଲ୍ ରେକର୍ଡ, ଲୋକେଶନ ତଥ୍ୟ ଏବଂ ଇଣ୍ଟରନେଟ୍ ସର୍ଚ୍ଚ ଆଦି ଡିଜିଟାଲ ତଥ୍ୟ ଯାଞ୍ଚ କରିବା ବେଳେ ଏଭଳି ସୂଚନା ମିଳିଛି। ପୋଲିସ ଏବେ ସେମାନଙ୍କ ବିବାହ ସାର୍ଟିଫିକେଟ୍ ଠାବ କରିବାକୁ ଉଦ୍ୟମ ଚଳାଇଛି।
ସୂତ୍ର ଅନୁଯାୟୀ, ସିୟା ଓ ଚେତନଙ୍କ ବିବାହ ସମୟରେ ସିୟାଙ୍କ ୨ ଜଣ କଲେଜ ସାଙ୍ଗ ସାକ୍ଷୀ ଭାବେ ସ୍ବାକ୍ଷର କରିଥିଲେ। ଏକ ବ୍ୟକ୍ତିଗତ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ୍ ହୋଇଥିବା ଫଟୋଗୁଡ଼ିକୁ ବାହାର କରିବା ପାଇଁ ପୋଲିସର ଟେକ୍ନିକାଲ୍ ଟିମ୍ ଉଦ୍ୟମ ଚଳାଇଛି।
Powered by Froala Editor