ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା
ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କୁ ତାଙ୍କ ପତ୍ନୀ ଅତି ନିର୍ମମ ଭାବେ କ୍ୟାନୁଲା ସାହାଯ୍ୟରେ ଶରୀରରେ ଟଏଲେଟ୍ କ୍ଲିନର ଓ ଆନେସ୍ଥେସିଆ ଔଷଧ ଇଞ୍ଜେକ୍ସନ ଦେଇ ହତ୍ୟା କରିଛି। ଏହି ସଙ୍ଗୀନ ମାମଲାରେ ସମ୍ପୃକ୍ତ ମହିଳା, ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ସହଯୋଗୀଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି।
ରିପୋର୍ଟ ଅନୁସାରେ, ମହିଳା ଜଣକ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ଏକ କୋଠାରୁ ଠେଲି ହତ୍ୟା କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ସେ ପଡ଼ିବାରୁ ବଞ୍ଚି ଯାଇଥିଲେ। ପରେ, ତାଙ୍କ ପ୍ରେମିକଙ୍କ ନିର୍ଦ୍ଦେଶରେ, ସେ ତାଙ୍କ ସ୍ୱାମୀଙ୍କ ଶରୀରରେ ଏକ କାନୁଲା ମାଧ୍ୟମରେ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ୍ ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଉପସାଗରୀୟ ଦେଶରେ କାର୍ଯ୍ୟ କରୁଥିବା ମୃତ ପ୍ରଶାନ୍ତଙ୍କ ମାଆ ଗତ ଜୁଲାଇ ୧ ତାରିଖରେ ନିଜ ପୁଅର ସନ୍ଦେହଜନକ ମୃତ୍ୟୁକୁ ନେଇ ଥାନାରେ ଏକ ଅଭିଯୋଗ କରିବା ପରେ ଏହି ସାଂଘାତିକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇଛି। ପ୍ରଶାନ୍ତ ବିଦେଶରୁ ଭାରତ ଫେରିବା କିମ୍ବା ଜୁନ୍ ୩୦ରେ ତାଙ୍କର ମୃତ୍ୟୁ ହେବା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଅଭିଯୋଗରେ ଦର୍ଶାଇଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ଯେତେବେଳେ ପାରିପାର୍ଶ୍ୱିକ ପ୍ରମାଣର ଯାଞ୍ଚ କରିଥିଲା, ସେତେବେଳେ ପ୍ରଶାନ୍ତଙ୍କ ୩୨ ବର୍ଷୀୟା ପତ୍ନୀ ସନ୍ଧ୍ୟା ଓ ତାଙ୍କର ୩୫ ବର୍ଷୀୟ ପ୍ରେମିକ ଅନିଲଙ୍କ ମଧ୍ୟରେ ଥିବା ଅବୈଧ ସମ୍ପର୍କର ପର୍ଦ୍ଦାଫାଶ ହୋଇଥିଲା, ଯେଉଁମାନେ କି ପ୍ରଶାନ୍ତଙ୍କୁ ନିଜ ସମ୍ପର୍କର କଣ୍ଟା ଭାବି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ସନ୍ଧ୍ୟା ଓ ଅନିଲ, ଭେଙ୍କଟ ସାଈ ନାମକ ଜଣେ ବ୍ୟକ୍ତିର ସହଯୋଗ ନେଇଥିଲେ।
Powered by Froala Editor