ଗାଧୋଇବାକୁ ଯାଇ ବୈତରଣୀରେ ଭାସିଗଲେ ଯୁବକ
ପାଟଣା : ଗାଧୋଇବାକୁ ଯାଇ ବୈତରଣୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମର ବାସୁଦେବ ନାୟକଙ୍କ ପୁଅ ବିଜୟ ନାଏକ(୩୨) ଗତକାଲି ଗାଁ ନିକଟସ୍ଥ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଉପର ମୁଣ୍ଡରୁ ପ୍ରଖର ପାଣି ଆସିବାରୁ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ କେନ୍ଦ୍ରାଧିକାରୀ ଗୌରମୋହନ ହେମ୍ବ୍ରମଙ୍କ ନେତୃତ୍ୱରେ ଓଡ୍ରାଫ ଟିମ ପାଟଣା ଥାନା ଏଏସ୍ଆଇ ଗୌରହରି ଗରଡିଆଙ୍କ ଉପସ୍ଥିତିରେ ତଲାସି ଅଭିଯାନ କରି ମାଟିଆ ମୁହାଣ ଏକ ପଥର ଖୋଲରୁ ବିଜୟ ନାଏକଙ୍କ ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇଥିବା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କ ଠାରୁ ସୂଚନା ମିଳିଛି।
Powered by Froala Editor