Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

  • ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ...

  • ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ...

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ...

  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ...

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ...

  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ ...

  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ...

  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ...

Home ›› ››ବୈତରଣୀ କୂଳ ଲଂଘିବା ସ୍ଥିତି, ଛୋଟ ବନ୍ୟା ଆଶଙ୍କା

ବୈତରଣୀ କୂଳ ଲଂଘିବା ସ୍ଥିତି, ଛୋଟ ବନ୍ୟା ଆଶଙ୍କା

2026-07-07 06:11:42
14610
Share:
Facebook
Twitter
E-Mail
WhatsApp
Telegram
ବୈତରଣୀ କୂଳ ଲଂଘିବା ସ୍ଥିତି, ଛୋଟ ବନ୍ୟା ଆଶଙ୍କା

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବୈତରଣୀ କୂଳ ଲଂଘିବା ସ୍ଥିତିରେ ରହିଥିବା ବେଳେ ଏକ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବାହ ବଢ଼ୁଛି। ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଆସନ୍ତା ୯ତାରିଖ ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାର ଗେଟ୍‌ ଖୋଲିବ ଏବଂ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଜଳଭଣ୍ଡାର ଗେଟ୍ ଖୋଲିବା ପରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏଥିପ୍ରତି ମହାନଦୀ ଏବଂ ଏହାର ଶାଖା ନଦୀରେ କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କ ରହିବାକୁ ସୂଚନା ଜାରି ହୋଇଛି। ଅପରପ‌କ୍ଷେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଜଳସମ୍ପଦ ବିଭାଗର ସୂଚନାନୁଯାୟୀ, ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୪.୧୨ଫୁଟ ଛୁଇଁଛି। ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ଫୁଟ।
ଉପରମୁଣ୍ଡରେ ପ୍ରବଳ ବର୍ଷା ଥିବାରୁ ମଧ୍ୟାହ୍ନ ୧୨ଟା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୬,୧୪୩ କ୍ୟୁସେକ ଜଳ ପ୍ରବେଶ କରୁଥିଲା। କିନ୍ତୁ ସନ୍ଧ୍ୟା ୬ଟା ବେଳକୁ ଜଳ ପ୍ରବାହ କ୍ଷମତା ପ୍ରତି ସେକେଣ୍ଡରେ ୮୯,୩୫୮କ୍ୟୁସେକକୁ ହ୍ରାସ ପାଇଥିଲା। ହେଲେ ଛତିଶଗଡ଼ରେ ଲଗାଣ ବର୍ଷା ଜାରି ରହିଥିବାରୁ ମଙ୍ଗଳବାର ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ବଢ଼ିବାର ସମ୍ଭାବନା ରହିଛି। ପାୱାର ଚ୍ୟାନେଲ ଏବଂ କେନାଲ ନେଇ ପ୍ରତି ସେକେଣ୍ଡରେ ୨୨, ୨୬୪କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମହାନଦୀର ନରାଜଠାରେ ବିପଦ ସଙ୍କେତ ୨୬.୪୧ମିଟର ଥିବାବେଳେ ୨୩.୫୭ମିଟରରେ ପ୍ରଥମ ବନ୍ୟାଜଳ ପ୍ରବାହ କରୁଥିଲା। ଗତକାଲି ଅପେକ୍ଷା ନରାଜଠାରେ ଜଳସ୍ତର ବଢ଼ୁଥିବା ଜଣାପଡିଛି।
ବୈତରଣୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ହୋଇଥିବାରୁ ଆଖୁଆପଦା ଏବଂ ଆନନ୍ଦପୁରଠାରେ ଜଳସ୍ତର ବଢ଼ିବାରେ ଲାଗିଛି। ସନ୍ଧ୍ୟା ୬ଟା ସୁଦ୍ଧା ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ମିଟର ଥିବା ବେଳେ ୧୮.୨୬ମିଟରରେ ଜଳ ପ୍ରବାହ କରୁଥିଲା। ଅର୍ଥାତ ବିପଦ ସଙ୍କେତ ନିକଟରେ ବନ୍ୟାଜଳ ପ୍ରବାହ କରୁଛି। ଏଠାରେ ଜଳସ୍ତର ବୃଦ୍ଧି ପାଉଛି। ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ମିଟର ଥିବା ବେଳେ ସନ୍ଧ୍ୟା ୬ଟାରେ ୩୬.୬୫ମିଟରରେ ବନ୍ୟାଜଳ ପ୍ରବାହ କରୁଥିଲା। ଏଠାରେ ବୈତରଣୀ ବଢ଼ୁଥିବାରୁ ଭଦ୍ରକ ଏବଂ ଯାଜପୁର ଜିଲାର କିଛି ଅଞ୍ଚଳ ବନ୍ୟାରେ ପ୍ରବାହିତ ହେବାର ସମ୍ଭାବନା ରହୁଛି। କେନ୍ଦୁଝର ଜିଲାର କିଛି ଅଞ୍ଚଳ ବନ୍ୟାରେ ପ୍ରବାହିତ ହୋଇପାରେ। ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ଏସମ୍ପର୍କରେ ଅବଗତ କରାଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି।

ଆସନ୍ତା ୯ ତାରିଖ‌ରେ ହୀରାକୁଦ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ସୋମବାର ୬୦୩.୮୯ଫୁଟ୍‌ରେ ପହଞ୍ଚିଛି ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୯୩,୩୨୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାଧ୍ୟମରେ ୨୩,୩୦୯ କ୍ୟୁସେକ୍‌ ଜଳ ନିଷ୍କାସନ କରାଯାଉଛି। ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ୯ତାରିଖ ପୂର୍ବାହ୍ନ ୧୧ଟାରେ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହାଦ୍ବାରା ମହାନଦୀ ଓ ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାକୁ ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ନଦୀବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତି। 

Powered by Froala Editor

Tags Flood

Related articles Odisha News Lens 4.1

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା
    ଦେଶ-ଦେଶାନ୍ତର

    ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା

    13865
    Jul 06, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି
    ବିଶେଷ

    ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14785
    Jul 07, 2026
  • ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ
    ଦେଶ-ଦେଶାନ୍ତର

    ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ

    14636
    Jul 07, 2026
  • ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା
    ଅପରାଧ

    ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା

    14358
    Jul 07, 2026
  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ
    ଦେଶ-ଦେଶାନ୍ତର

    ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

    15532
    Jul 06, 2026
  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ

    14170
    Jul 06, 2026
  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ

    13932
    Jul 06, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର
    ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14811
    Jul 06, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14135
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14785
    Jul 07, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ

    14636
    Jul 07, 2026
  • ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14135
    Jul 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16966
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17577
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17631
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18030
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14785
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15324
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15318
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15185
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14610
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15832
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15701
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13805
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14916
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ

    13932
    Jul 06, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14785
    Jul 07, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14811
    Jul 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In