ଜାତୀୟ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ୍
ଅନୁଗୁଳ : ଜାତୀୟ ରାଜପଥରେ ହଠାତ୍ ହୁତୁହୁତୁ ଜଳିଗଲା ଯାତ୍ରୀବାହୀ ବସ୍। ଦେଖୁ ଦେଖୁ ପୋଡି ପାଉଁଶ ହୋଇଗଲା ବସ୍। ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ। ବସ୍ଟି ରାଉରକେଲାରୁ ପାରାଦୀପ ଆସୁଥିବା ବେଳେ ଅନୁଗୁଳ ଖମାରା ନିକଟରେ ଜଳିଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ସୂଚନା ମୁତାବିକ, ଗତକାଲି ବିଳମ୍ବିତ ରାତିରେ ଶ୍ରୀମା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରାଉରକେଲାରୁ ପାରାଦୀପ ଆସୁଥିଲା। ହଠାତ୍ ଅନୁଗୁଳ ଖମାର ଥାନା ଅନ୍ତର୍ଗତ ବାରକୋଟିଆରେ ନିକଟରେ ବସ୍ ନେଇ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟଙ୍କରୀ ଥିଲା ଯେ ଦେଖୁ ଦେଖୁ ସାରା ବସ୍ରେ ବ୍ୟାପି ଯାଇଥିଲା। ଯାତ୍ରୀମାନେ ଜୀବନ ବିକଳରେ ବସ୍ ବାହାରକୁ ଚାଲି ଆସିଥିଲେ। ତେବେ ବଡ଼ ଦୁର୍ଘଟଣାରୁ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ।
Powered by Froala Editor