କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା
ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ପୋଲିସ ସିୟାକୁ ଏହି ମାମଲାକୁ ନେଇ ପଚରାଉଚରା ଜାରି ରଖିଛି। ଏହି ସମୟରେ ପଚରାଉଚରାରୁ ଏକ ନୂଆ କାହାଣୀ ସାମ୍ନାକୁ ଆସିଛି।
ସିୟା ପ୍ରକାଶ କରିଛନ୍ତି ଯେ କେତନ ଚନ୍ଦା ଥିଲେ ଏବଂ ଏକ ୱିଗ ପିନ୍ଧିଥିଲେ, ଯାହାକୁ ସେ ପସନ୍ଦ କରୁ ନ ଥିଲେ, ଯାହା ତାଙ୍କୁ ବିବାହ କରିବାକୁ ଅନିଚ୍ଛୁକ କରିଥିଲା। ସେ ଦାବି କରିଛନ୍ତି ଯେ ଏହି କାରଣରୁ ସେ ଚେତନଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ଏବଂ କେତନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।
କେତନ ଅଗ୍ରୱାଲ ତାକୁ କହୁଥିଲେ ଯେ ଏବେ ବହୁତ ବିଳମ୍ବ ହୋଇଗଲାଣି ଏବଂ ସବୁ କିଛି ବହୁତ ଆଗକୁ ବଢ଼ିଗଲାଣି, ଏବେ ଆଉ କିଛି ହୋଇପାରିବ ନାହିଁ। ଅନ୍ୟପଟେ ସୂତ୍ରରୁ ପ୍ରକାଶ ଯେ ପୋଲିସ ପାଖରେ ଉଭୟଙ୍କ ମୋବାଇଲ ଫୋନ ରହିଛି, ଯେଉଁଥିରେ ଥିବା ଚାଟ ଗୁଡ଼ିକ ଏହି କାହାଣୀର ଓଲଟା (ବିପରୀତ) ଦେଖାଯାଉଛି। ଚାଟ୍ ଗୁଡ଼ିକରେ ଉଭୟେ ଜଣେ ସାଧାରଣ ପ୍ରେମୀଯୁଗଳଙ୍କ ଭଳି ନିଜ ବାହାଘର ପୂର୍ବରୁ ଯେପରି ମିଠା ମିଠା କଥା ହୁଅନ୍ତି, ସେମିତି କଥା ହେଉଥିବା ନଜର ଆସୁଛନ୍ତି। ଏହି କାରଣରୁ ପୋଲିସ ତାଙ୍କ କଥାକୁ ବିଶ୍ୱାସ କରୁନାହିଁ। ମାମଲାର ତଦନ୍ତ ସବୁ ଦିଗରୁ କରାଯାଉଛି।
ସୂତ୍ର ଅନୁଯାୟୀ ଗିରଫ ହେବା ପରଠାରୁ କେହି ସିୟା ଗୋଏଲଙ୍କୁ ଭେଟି ନାହାଁନ୍ତି। ସାଧାରଣତଃ ପରିବାର ସଦସ୍ୟମାନେ ଆସିଥାନ୍ତି, କିନ୍ତୁ ଏହି ଘଟଣାରେ, ଏପର୍ଯ୍ୟନ୍ତ କେହି ତାଙ୍କୁ ଭେଟିବାକୁ ଆସିନାହାଁନ୍ତି। ସିୟା ତାଙ୍କ ମାଆବାପା ଏବଂ ଭାଇଙ୍କ ସହିତ ରୁହନ୍ତି, ତଥାପି ସେମାନଙ୍କ ମଧ୍ୟରୁ କେହି ତାଙ୍କ ବିଷୟରେ ପଚାରିବା ପାଇଁ ପୋଲିସ ଷ୍ଟେଶନକୁ ଯାଇ ନାହାଁନ୍ତି।
Powered by Froala Editor