ପୁଷ୍କରା, ମାଇଁ ସୁଇଟ୍ ହାଉସ୍ ୱାଇଫ୍ ଶ୍ରେଷ୍ଠ ଚଳଚ୍ଚିତ୍ର
୩୫ତମ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ସଂସ୍କୃତି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ୨୦୨୩ ଏବଂ ୨୦୨୪ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ସେ ଚଳଚ୍ଚିତ୍ରର ବିଭିନ୍ନ ବର୍ଗରେ ଦୁଇ ବର୍ଷ ପାଇଁ ମୋଟ୍ ୬୪ଟି ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ବର୍ଷ ପାଇଁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ସମ୍ମାନ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମିଳିଥିବା ବେଳେ ୨୦୨୪ ପାଇଁ ଅଭିନେତ୍ରୀ ନମ୍ରତା ଦାସଙ୍କୁ ମିଳିଛି।
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୨୦୨୩) ପାଇଁ ‘ପୁଷ୍କରା’ ଏବଂ ‘ମାଇଁ ସୁଇଟ୍ ହାଉସ ୱାଇଫ୍’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ। ୨୦୨୩ ପାଇଁ ପିନାକୀ ସିଂଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିବ। ଶ୍ରେଷ୍ଠ ମୁଖ୍ୟ ଅଭିନେତା ହରିହର ମହାପାତ୍ର, ଶ୍ରେଷ୍ଠ ମୁଖ୍ୟ ମିଳିତ ଭାବେ ଅଭିନେତ୍ରୀ ନୈନା ଦାଶ ତିୱାରୀ ଏବଂ ସୁପ୍ରିୟା ନାୟକଙ୍କୁ ଚୟନ କରାଯାଇଛି। ସେହିପରି ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ‘ଫୁଲ ଫୁଟି ମହକିଲା’ ଚୟନିତ ହୋଇଛି।
୨୦୨୩ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର - ‘ପୁଷ୍କରା’, ‘ମାଇଁ ସ୍ଵିଟ ହାଉସ୍ ଓ୍ବାଇଫ ( ଯୁଗ୍ମ)
ଶ୍ରେଷ୍ଠ ନିର୍ଦ୍ଦେଶକ - ପିନାକୀ ସିଂ , ଶିଶିର କୁମାର ସାହୁ
ଶ୍ରେଷ୍ଠ ଅଭିନେତା - ହରିହର ମହାପାତ୍ର, ଭଗିଆ ଭାରିଜା
ଶ୍ରେଷ୍ଠ ଅଭିନେତ୍ରୀ - ନୈନା ଦାସ, ସୁପ୍ରିୟା ନାୟକ
ଶ୍ରେଷ୍ଠ ଖଳ ଅଭିନେତା- ଚୌଧୁରୀ ବିକାଶ ଦାସ
ଶ୍ରେଷ୍ଠ ଖଳ ଅଭିନେତ୍ରୀ-ପିଙ୍କି ପ୍ରଧାନ
ଶ୍ରେଷ୍ଠ ହାସ୍ୟ ଅଭିନେତା- ସନ୍ତୋଷ କୁମାର କାଣ୍ଡୀ
ଶ୍ରେଷ୍ଠ ଶିଶୁ ଅଭିନେତ୍ରୀ –ଆଲିଆ ନନ୍ଦ
୨୦୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଶ୍ରେଷ୍ଠ ଚଳଚ୍ଚିତ୍ର - ଆଶ୍ରମ
ଶ୍ରେଷ୍ଠ ନିର୍ଦ୍ଦେଶକ - ଅଶୋକ ପତି
ଶ୍ରେଷ୍ଠ ଅଭିନେତା - ବାବୁସାନ୍
ଶ୍ରେଷ୍ଠ ଅଭିନେତ୍ରୀ - ଦେବଯାନୀ
ଶ୍ରେଷ୍ଠ ଖଳ ଅଭିନେତା- ହର ରଥ
ଶ୍ରେଷ୍ଠ ଖଳ ଅଭିନେତ୍ରୀ-ଉଷସୀ ମିଶ୍ର
ଶ୍ରେଷ୍ଠ ହାସ୍ୟ ଅଭିନେତା -ଜୀବନ ପଣ୍ଡା
ଶ୍ରେଷ୍ଠ ମନୋରଂଜନଭିତ୍ତିକ ସିନେମା: ରାକେଶ କୁମାର ଜେନା (ମାଲ୍ୟଗିରି-କାହାଣୀ ଆରମ୍ଭ)
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ (ଫୁଲଫୁଟି ମହକିଲା)
ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ସୁପ୍ରଭା ସାହୁ (ମୋ ବୋଉ ମୋ ଗାଁ)
ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର: ନିନା ମହାପାତ୍ର (ମାଇ ନ୍ୟାସନାଲ ଫ୍ଲାଗ୍)
ସ୍ବତନ୍ତ୍ର ଜୁରୀ ପୁରସ୍କାର: ସମପିକା ଦାଶ (ଏଇ ଆକାଶ ତଳେ)
ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ: ଅମିତାଭ ଖିଲାର (ମୋଲୋଗ୍ରାଫ୍)
ଶ୍ରେଷ୍ଠ ଆଦିବାସୀ ଚଳଚ୍ଚିତ୍ର: ଅଘୋଷିତ
Powered by Froala Editor