ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ
ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ଏହା ମଧ୍ୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ପକ୍ଷରୁ ଏକ ବୟାନ ଆସିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରବୀଣ ଗୋୟଲ କହିଛନ୍ତି, "ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆମେ ଆଜି ବି ଏହାକୁ ବିଶ୍ୱାସ କରିପାରୁନୁ । ଅଗ୍ରୱାଲ ପରିବାର ନିଜ ପୁଅକୁ ହରାଇଛନ୍ତି, କିନ୍ତୁ ମୁଁ କେତନକୁ ମୋ ନିଜ ପୁଅ ଭଳି ଭଲ ପାଉଥିଲି । ତା’ ପ୍ରତି ମୋର ଏତେ ସ୍ନେହ ଥିଲା ଯେ ମୁଁ ତାକୁ ନିଜର ବୋଲି ଭାବୁଥିଲି । ଆଜି ଆମେ ଏଭଳି ଜଣେ ଭଲ ପୁଅକୁ ହରାଇଥିବାରୁ ଗଭୀର ମର୍ମାହତ ।"
ସେ ଆହୁରି ମଧ୍ୟ କହିଛନ୍ତି, ଯିଏ ଏହା କରିଛି ତାକୁ କଠୋରତମ ଦଣ୍ଡ ମିଳିବା ଉଚିତ। ଯେପରି କେତନ ସେହି ଦୁର୍ଗରୁ ପଡ଼ ମୃତ୍ୟୁବରଣ କରିଛି, ଏହି ହତ୍ୟାକାଣ୍ଡ ପାଇଁ ଯିଏ ଦୋଷୀ ତାକୁ ସେହି ସ୍ଥାନରୁ ଠେଲି ଦିଆଯିବା ଉଚିତ। ମୋ ନିଜ ଝିଅ ହୋଇଥିଲେ ବି ତାକୁ ଏମିତି ଦଣ୍ଡ ମିଳିବା ଉଚିତ୍।
ପ୍ରବୀଣ କହିଛନ୍ତି ଯେ, "ଏକ ବାପା ହିସାବରେ ମୁଁ ଅନୁଭବ କରିପାରୁଛି ଯେ, ଅଗ୍ରୱାଲ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଉଭୟଙ୍କ ବିବାହକୁ ନେଇ ଆମର ବହୁତ ଆଶା ଥିଲା । ନିର୍ବନ୍ଧ ପରଠାରୁ ସିୟା ସେଥିପାଇଁ ବହୁତ ଖୁସି ଥିଲା ଏବଂ ସବୁବେଳେ କହୁଥିଲା ଯେ କେତନ ବହୁତ ଭଲ ପିଲା, ତାକୁ ବହୁତ ଭଲ ଶାଶୁ-ଶଶୁର ଏବଂ ନଣନ୍ଦ ମିଳିଛନ୍ତି ।"
ସିୟା ଜଣେ ସରଳ ୧୯ ବର୍ଷୀୟ ଝିଅ। କ’ଣ ଜଣେ ୧୯ ବର୍ଷୀୟ ଝିଅ ପ୍ରକୃତରେ ଏପରି କିଛି କରିପାରିବ? ଚେତନ କେଉଁଠାରୁ ଆସିଛି ସେ ବିଷୟରେ କିଛି ଜାଣିନାହିଁ। ମୁଁ କେବେ ତାଙ୍କ ମୁହଁ ଦେଖିନାହିଁ କିମ୍ବା ତାଙ୍କ ସହ କଥା ହୋଇନାହିଁ। କେତନଙ୍କ ପରିବାର ବିଷୟରେ ସେ କହିଥିଲେ, ସେମାନେ ଭଲ, ସଂସ୍କୃତିସମ୍ପନ୍ନ ଲୋକ। ଆମେ ଏତେ ଭଲ ସମ୍ପର୍କୀୟ ଖୋଜି ଥିଲେ ମଧ୍ୟ ପାଇ ନଥାନ୍ତୁ। ଆମେ ଏକ ପୁଅ ଏବଂ ଏକ ପ୍ରିୟ ପାରିବାରିକ ସମ୍ପର୍କ ଉଭୟକୁ ହରାଇଛୁ।
Powered by Froala Editor