ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ
ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଝାଡ଼ଖଣ୍ଡର ରାମଗଡ଼-ବୋକାରୋ ମୁଖ୍ୟ ରାସ୍ତାରେ ଲାରି ଗାଁ ନିକଟରେ ଏକ ଟ୍ରକ୍ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ହୋଇଥିବା ଏହି ଦୁର୍ଘଟଣାରେ ପିକଅପ୍ରେ ଯାତ୍ରା କରୁଥିବା ସାତ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଛି ଏବଂ କିଛି ଲୋକ ଗୁରୁତର ଆହତ ଅଛନ୍ତି। ଆହତମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ରାମଗଡ଼ ସଦର ହସ୍ପିଟାଲକୁ ନିଆଯାଇଥିଲା, ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚିର RIMSକୁ ସ୍ଥାନାନ୍ତରିତ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ରାମଗଡ଼-ବୋକାରୋ ଜାତୀୟ ରାଜପଥ-୨୩ ରଜରପ୍ପା ଥାନା ଅନ୍ତର୍ଗତ ଲାରୀ ନିକଟରେ ଘଟିଛି । ଗୁରୁବାର ମଧ୍ୟରାତ୍ରି ପ୍ରାୟ ୧୨ଟା ସମୟରେ, ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଯାତ୍ରୀବାହୀ ଗାଡ଼ିଟି ଟ୍ରକ୍ ମାଡ଼ରେ ସମ୍ପୂର୍ଣ୍ଣ ରୂପେ ଚୂରମାର ହୋଇଯାଇଛି ।
ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ, ସେହି ଯାତ୍ରୀବାହୀ ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତି ଏକ ବ୍ୟାଣ୍ଡ ବାଜା ପାର୍ଟିର ସଦସ୍ୟ ଥିଲେ । ସେମାନେ ଗୋଲା ଅଞ୍ଚଳରୁ ଏକ ବିବାହ ଉତ୍ସବରେ ନିଜର କାର୍ଯ୍ୟକ୍ରମ ସାରି ରାମଗଡ଼ ଅଭିମୁଖେ ଫେରୁଥିଲେ । ଏହି ସମୟରେ ରାମଗଡ଼ ପଟୁ ଅତ୍ୟନ୍ତ ଦ୍ରୁତ ଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହରାଇ ସେମାନଙ୍କ ଗାଡ଼ିକୁ ସମ୍ମୁଖରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୭ ଜଣ ପ୍ରାଣ ହରାଇଥିଲେ ।
Powered by Froala Editor