Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ...

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ...

  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

  • ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ...

  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ...

  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ...

  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ ...

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

Home ›› ››ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି: ମୁଖ୍ୟମନ୍ତ୍ରୀ

ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି: ମୁଖ୍ୟମନ୍ତ୍ରୀ

2026-06-24 12:51:20
14054
Share:
Facebook
Twitter
E-Mail
WhatsApp
Telegram
ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି ହେଉଛି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା କେବଳ ଦେଶର ସୁରକ୍ଷା ପାଇଁ ଜରୁରୀ ନୁହେଁ, ବରଂ ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ।
ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।

ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଭାରତର ସାମୁଦ୍ରିକ ବିକାଶ ଗାଥାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।

ଭାରତ ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନ୍‌ମ୍ୟାନ୍‌ଡ ସିଷ୍ଟମ ଏବଂ ଅତ୍ୟାଧୁନିକ ମନିଟରିଂ ନେଟୱାର୍କର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ମାଛଧରା ଡଙ୍ଗାଗୁଡ଼ିକରେ ‘ନଭମିତ୍ର’ (NABHMITRA) ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମକୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ସାମୁଦ୍ରିକ ସୀମା ସୁରକ୍ଷାରେ ନିୟୋଜିତ ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଏବଂ ଅନ୍ୟ ସମସ୍ତ ସଂସ୍ଥାର କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ବୈଠକରେ ଯୋଗଦେଇ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ (NMSC) ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା କହିଛନ୍ତି, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲ ଖୋଜିବା ଅତ୍ୟନ୍ତ କଷ୍ଟକର। ଏଥିପାଇଁ ବିଭିନ୍ନ ମଡେଲକୁ ନେଇ ଏକ ସୁଚିନ୍ତିତ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ସିକ୍ୟୁରିଟି ଅଫିସ୍ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସହ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଛି ଏବଂ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ ବା ସୁରକ୍ଷାଗତ ଦିଗ ମଧ୍ୟରେ ସୀମିତ ନୁହେଁ। 

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ  ଦେଇଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15635
    Jun 22, 2026
  • କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା
    ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15765
    Jun 23, 2026
  • ୨ ଫାଳ ଉଦ୍ଧବସେନା  : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ
    ରାଜନୀତି

    ୨ ଫାଳ ଉଦ୍ଧବସେନା : ‘ଅପରେଶନ ଟାଇଗର’ ସମ୍ପୂର୍ଣ୍ଣ

    14041
    Jun 23, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା
    ବିଶେଷ

    ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14842
    Jun 24, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14528
    Jun 24, 2026
  • ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ
    ଦେଶ-ଦେଶାନ୍ତର

    ଟେଲିଗ୍ରାମ ଉପରୁ ହଟିଲା ପ୍ରତିବନ୍ଧକ

    14003
    Jun 23, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା
    ଦେଶ-ଦେଶାନ୍ତର

    କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13705
    Jun 23, 2026
  • ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ
    ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15126
    Jun 23, 2026
  • ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ
    ଦେଶ-ଦେଶାନ୍ତର

    ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ନିମନ୍ତ୍ରଣ

    15145
    Jun 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଅନ୍‌ଙ୍କ ଇସ୍ତଫା

    15765
    Jun 23, 2026
  • ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ସିଧା ଯମରାଜଙ୍କ ପାଖକୁ ଯିବ

    14892
    Jun 22, 2026
  • ଦେଶ-ଦେଶାନ୍ତର

    ଇରାନ କେବେ ଆମେରିକୀୟମାନଙ୍କୁ ବିଶ୍ୱାସ କରିନାହିଁ

    15126
    Jun 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16941
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17559
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17608
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18005
    Sep 06, 2023

ବିଶେଷ

  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    14842
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15013
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14879
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15617
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14480
    Jun 19, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13782
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14873
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15488
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15238
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର କଲେ ସିଧା ଯମରାଜଙ୍କ ପାଖକୁ ଯିବ

    14892
    Jun 22, 2026
  • କୋଚିଂ ସେଣ୍ଟରରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୫ ପିଲା

    13705
    Jun 23, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା ଗୋଦାମ ଘର, ୬ ଶ୍ରମିକ ମୃତ

    14528
    Jun 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In