କାହିଁକି ଆମ୍ବିଳା ଖାଦ୍ୟ ଦେଉଛ କହିବାରୁ ମାଡ
ଜଗତସିଂପୁର: ବାସିଖାଦ୍ୟ ଦେଇଥିବା ନେଇ କହିବାରୁ ଜଣେ ଗ୍ରାହକଙ୍କୁ ନିସ୍ତୁକ ମାଡ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ପାରାଦ୍ଵୀପ ରାସ୍ତା ଏକ ହୋଟେଲରେ। କୁଜଙ୍ଗ ଥାନା ଜିଲ୍ଳାନାସୀ ଅଞ୍ଚଳରେ ଜଣେ ଯୁବକ ଏହି ହୋଟେଲରେ ଖାଇବା ବେଳେ ଖାଦ୍ୟ ଆମ୍ବିଳା ଲାଗିଲା। କାହିଁକି ଆମ୍ବିଳା ଖାଦ୍ୟ ଦେଉଛ କହିବାରୁ କିଛି କର୍ମଚାରୀ ତାଙ୍କୁ ମାଡ ମାରିବା ସହ ରାସ୍ତାରେ ଧକ୍କା ମାରି ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବକ। ଜିଲ୍ଲାନାସୀର ଯୁବକ ସଞ୍ଜୀବ କୁମାର ମାଝୀ ଏହି ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor