ଖାଆନ୍ତୁ ଅଣ୍ଡା, ଦୂରେଇ ଯିବ ଏହି ସମସ୍ୟା
![ଖାଆନ୍ତୁ ଅଣ୍ଡା, ଦୂରେଇ ଯିବ ଏହି ସମସ୍ୟା](https://odishanewslens.com/news_gallery/4381_1627792431.jpg)
ପ୍ରୋଟିନର ଅନ୍ୟତମ ଉସô ହେଉଛି ଅଣ୍ଡା । ଏଥିରେ ନୁ୍ୟଟ୍ରିଏଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନେ ଏହାକୁ ପ୍ରତିଦିନ ଖାଆନ୍ତି, ସେମାନଙ୍କ ଶରୀରରେ ଭିଟାମିନ୍ ଡି ଓ ଭିଟାମିନ୍ ବି-୨ର ଅଭାବ ରହିନଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ କୋଲଷ୍ଟ୍ରଲ ପରିମାଣ ସନ୍ତୁଳିତ ରହିଥାଏ । ଏହା ଖାଇବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହେବା ସହିତ ହୃତପିଣ୍ଡ ଓ ମସ୍ତିଷ୍କ କାର୍ଯ୍ୟଧାରାକୁ ସକ୍ରିୟ କରିଥାଏ ବୋଲି ଗବେଷଣାରୁ ଜଣାପଡିଛି । ଏହା ସହିତ ଅଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥିବାରୁ ଏହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିବା ସହ ଶରୀର ଓଜନ ନିୟନ୍ତ୍ରଣ କରିଥାଏ ।
Powered by Froala Editor