ଏହି ସବୁ ଖାଦ୍ୟ ଗରମ କରି ଖାାଆନ୍ତୁ ନାହିଁ

ଅନେକ ଲୋକ ଖାଇବା ପୂର୍ବରୁ ଖାଦ୍ୟ ତିଆରି କରି ରଖିଦିଅନ୍ତି ଓ ଖାାଇବା ସମୟରେ ଏହାକୁ ଗରମ କରି ଖାଇଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଶରୀର ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିଥାଏ । ଖାଦ୍ୟକୁ ପୁନର୍ବାର ଗରମ କରିବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱରେ ପରିବର୍ତ୍ତନ ଘଟିଥାଏ । ସେହି ଖାଦ୍ୟଗୁଡିକ ହେଉଛି,
ଆଳୁ: ଆଳୁରେ ତିଆରି ହୋଇଥିବା ଖାଇବା ଜିନିଷକୁ ବେଶି ସମୟ ରଖି ଗରମ କରି ଖାଇବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଆଳୁରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ ଓ ଏହାକୁ ଖାଇବା ଦ୍ୱାରା ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଯାହା ପେଟଜନିତ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥାଏ ।
ମଶରୁମ: ମଶରୁମ ଖାଇବାକୁ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ । ଏହା ଭିଟାମିନରେ ଭରପୁର ଥିବାରୁ ବଜାରରେ ଏହାର ଅଧିକ ଚାହିଦା ରହିଛି । କିନ୍ତୁ ମଶରୁମକୁ କାଟିବା ଦ୍ୱାରା ଏହାର ପୋଷକ ତତ୍ତ୍ୱ କମି ଯାଇଥାଏ । ତେଣୁ ମଶରୁମକୁ କାଟି ଅଧିକ ସମୟ ରଖନ୍ତୁ ନାହିଁ ଓ ତରକାରୀକୁ ବେଶି ସମୟ ରଖି ଗରମ କରି ଖାଆନ୍ତୁ ନାହିଁ । କାରଣ ଏହା ଦ୍ୱାରା ସ୍ୱାଦ କମିଯିବା ସହିତ ଏହା ପେଟ ଖରାପ କରିଥାଏ । ଏହା ଦ୍ୱାରା ବାନ୍ତି ହେବାର ସମସ୍ୟା ଦେଖା ଦେଇଥାଏ ।
ଅଣ୍ଡା: ଅଣ୍ଡାରେ ତିଆରି କୌଣସି ଖାଦ୍ୟ ଗରମ କରି ଖାଇବା ଦ୍ୱାରା ତାହା ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ ।
ପାଳଙ୍ଗ: ପାଳଙ୍ଗ ଶାଗରେ ଭିଟାମିନ ଓ ନାଇଟ୍ରେଟ ଭରପୁର ଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ଏଥିରେ ଥିବା ନାଇଟ୍ରେଟ୍ ଗରମ ହୋଇଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନସର ହେବାର ସମ୍ଭାବନା ଥାଏ ।
Powered by Froala Editor