ଏହି ୩ଟି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ: ଏସଆରସି
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଜୁଲାଇ ୧୫ ତାରିଖ ଦିନ ଘୋଷିତ ତାଲାବନ୍ଦର ଷଷ୍ଠ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ରବିବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ଜେନା ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ । ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । ସାରା ରାଜ୍ୟରେ ଦୋକାନ ବଜାରରାତି ୮ଟା ଯାଏଁ ଖୋଲା ରହିବ । ସମସ୍ତ ଧର୍ମେିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି ।
ସମୁଦ୍ରକୂଳ ଓ ପାର୍କ ଖୋଲା ରହିବ । ପର୍ଯ୍ୟଟକ ଗାଇଡଲାଇନ ମାନିବେ । ରାଜ୍ୟରେ ସମସ୍ତ ମଲ ଖୋଲିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ । ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ । ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ ଖୋଲିପାରିବ । ହଲ ଓ ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ପ୍ରମାଣପତ୍ର ଜରୁରୀ । ରାଜ୍ୟରେ ଭିତରେ ବସ ଚାଲୁ ରହିବ । ସିଟିଂ କାପାସିଟିରେ ଯାତ୍ରୀ ନେବେ । ଧାର୍ମିକ ପୀଠ ଖୋଲିବା ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର ଓ ୱାଟର ପାର୍କ ଆଦି ଖୋଲା ଯାଇ ପାରିବ ।
Powered by Froala Editor