ଠେଙ୍ଗାରେ ପିଟି ପିଟି ବାପାଙ୍କୁ ମାରିଦେଲା ପୁଅ
ରେଙ୍ଗାଲି : ଠେଙ୍ଗାରେ ପିଟି ପିଟି ବାପାଙ୍କୁ ମାରିଦେବା ଭଳି ଏକ ଘଟଣା ସମ୍ବଲପୁର ଜିଲା ରେଙ୍ଗାଲି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ଘଟିଯାଇଛି। ପାରିବାରିକ କଳହରୁ ଯୁକ୍ତିତର୍କ ହୋଇ ମଙ୍ଗଳପୁର ଗ୍ରାମର ଅଜୟ ଖଡ଼ିଆ ( ୧୯) ଶନିବାର ଅପରାହ୍ଣରେ ନିଜ ବାପା ସୁରେଶ ଖଡ଼ିଆ (୪୫)ଙ୍କୁ ଠେଙ୍ଗାରେ ନିର୍ଘାତ ପିଟିଥିଲା। ଫଳରେ ସୁରେଶ ଗୁରୁତର ଆହତ ହେବାରୁ ତାଙ୍କୁ ପରିବାର ଲୋକେ ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଯାଇଛି। ସୁରେଶଙ୍କ ଝିଅ ଅନୁପମା ଏନେଇ ରେଙ୍ଗାଲି ଥାନାରେ ଏତଲା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ଅଭିଯୁକ୍ତ ପୁଅ ଅଜୟକୁ ଥାନାରେ ଅଟକ ରଖି ଜେରା ଚାଲିଥିବା ଆଇଆଇସି ବୁଲୁ ସ୍ବାଇଁ କହିଛନ୍ତି।
Powered by Froala Editor